କେରଳ (ଏଟିଆର ବ୍ୟୁରୋ): କେରଳରେ ପୁଣି ବ୍ୟାପିବାରେ ଲାଗିଛି ନିପା ଭାଇରସ । ଏହି କିଲର ଭାଇରସ ପାଇଁ କୋଝିକୋଡ ଜିଲ୍ଲାରେ ଦୁଇ ଜଣଙ୍କ ଜୀବନ ଚାଲିଗଲାଣି । ଏହାକୁ ନଜରରେ ରଖି କୋଝିକୋଡର ୭ଟି ସ୍ଥାନରେ କଟକଣା ଜାରି କରାଯିବା ସହ କେରଳର ସମସ୍ତ ଜିଲ୍ଲାରେ ହେଲ୍ଥ ଆଲର୍ଟ ଜାରି କରାଯାଇଛି ।
ନିପା ଭାଇରସର ମୁକାବିଲା କରିବା ଲାଗି କେରଳକୁ ଏକ କେନ୍ଦ୍ରୀୟ ଟିମ୍ ପଠାଯାଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ସୂଚନା ଦେଇଛନ୍ତି ।
ସୂଚନାଯୋଗ୍ୟ, ବାଦୁଡି ଦ୍ୱାରା ଏହି ନିପା ଭାଇରସ ପ୍ରସାର ହୋଇଥାଏ । ଉଭୟ ମନୁଷ୍ୟ ଏବଂ ଜୀବଜନ୍ତ୍ୁଙ୍କ ପାଇଁ ବିପଦ ନିପା ଭାଇରସ । ଏହାଦ୍ୱାରା ଜ୍ୱର, ମୁଣ୍ଡବ୍ୟଥା, ମାଂସପେଶୀ ଯନ୍ତ୍ରଣା, ବାନ୍ତି ଆଦି ହୋଇଥାଏ ।