ବରଗଡ (ଏଟିଆର ବ୍ୟୁରୋ): ରାଜ୍ୟରେ ଏବେ ଆତଙ୍କ ଖେଳାଇଛି ସ୍କ୍ରବ ଟାଇଫସ । ଗୋଟୋଏ ପରେ ଗୋଟାଏ ରୋଗୀ ଏଥିରେ ଆକ୍ରାନ୍ତ ହେଉଛନ୍ତି । ଏନେଇ ବଢୁଛି ଚିନ୍ତା । ବରଗଡ ଜିଲ୍ଲାରେ ସର୍ବାଧିକ ମାମଲା ଦେଖିବାକୁ ମିଳିଛି । ଦୁଇ ସପ୍ତାହ ମଧ୍ୟରେ ବରଗଡ ଜିଲ୍ଲାରେ ଏହି ରୋଗରେ ୫ ଜଣଙ୍କର ମୃତ୍ୟୁ ହୋଇଛି । କେବଳ ବରଗଡ ନୁହେଁ ସୁନ୍ଦରଗଡ, କେନ୍ଦୁଝର, ନବରଙ୍ଗରପୁର ଜିଲ୍ଲାରେ ମଧ୍ୟ ସ୍କ୍ରବ ଟାଇଫସ ମାମଲା ଚିହ୍ନଟ କରାଯାଇଛି । ଏଥିରୁ ସତର୍କ ରହିବା ପାଇଁ ଗତକାଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପରାମର୍ଶ ଦେଇଛନ୍ତି ।
ଚିଗର ନାମକ ଏକ ନାଲି କୀଟ କାମୁଡିବା ଦ୍ୱାରା ଏହି ସ୍କ୍ରବ ଟାଇଫସ ହୋଇଥାଏ । କିନ୍ତୁ ଏହି କୀଟକୁ ଚିହ୍ନିବ କଷ୍ଟକର । ଏଥିରେ ଜ୍ୱର ଲାଗି ରହିଥାଏ । ଆଂଠୁଗଣ୍ଠି ଘୋଳାବିନ୍ଧା, ସହ କିଡନୀ ଓ ମସ୍ତିଷ୍କ ଉପରେ ଏହାର ପ୍ରଭାବ ପଡିଥାଏ । ମୃତ୍ୟୁ ଆଶଙ୍କା ଥିବାରୁ ସତର୍କ ରହିବା ଜରୁରୀ ।