ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଜି ରାଜ୍ୟରେ ପୁଣି ୧୧୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୦୭ ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୫ ଜଣ ସ୍ଥାନୀୟ ବାସୀନ୍ଦା ଅଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀରୁ ୧୫ ଜଣ ହୋଇଥିବା ବେଳେ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମ ବିଭାଗର ୨୧ ଜଣ କର୍ମଚାରୀ କରୋନା ଆକ୍ରାନ୍ତ ହୋଇଛନ୍ତି ।
COVID-19 REPORT FOR 11th JUNE
New Positive Cases: 112
In quarantine: 107
Local contacts: 5(Details of local contacts will be shared by concerned District Administration)
District Wise Cases
1. Jharsuguda: 2
2. Malangiri: 3
3. Keonjhar: 5
4. Jajpur: 3
5. Khordha: 8
6. Angul: 6— I & PR Department, Odisha (@IPR_Odisha) June 12, 2020
ସେହିପରି ଖୋର୍ଦ୍ଧାରୁ ୮, ମୟୂରଭଞ୍ଜରୁ ୭, ଗଞ୍ଜାମରୁ ୬, କେନ୍ଦୁଝରରୁ ୫, ଅନୁଗୁଳରୁ ୬, ଝାରସୁଗୁଡାରୁ ୨, ମାଲାକାନାଗିରି ରୁ ୩, ଯାଜପୁରରୁ ୩, ଦେଓଝରରୁ ୨, କଟକରୁ ୩, ସୁନ୍ଦରଗଡରୁ ୪, ବୌଦ୍ଧରୁ ୩, ଗଜପତି, ସମ୍ବଳପୁର, ବଲାଙ୍ଗୀରି ଓ ବାଲେଶ୍ୱରରୁ ୫ ଜଣ ଲେଖାଏଁ, ନୟାଗଡରୁ ୪ ଜଣ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୪୯୮ରେ ପହଞ୍ଚିଛି ।
7. Deogarh: 2
8. Cuttack: 3
9. Ganjam: 6
10. Sundargarh: 4
11. Puri: 15
12. Boudh: 3
13. Gajapati: 5
14. Sambalpur: 5
15. Bolangir: 5
16. Mayurbhanj: 7
17. Balasore: 5
18. Nayagarh: 4
19. NDRF/ ODRAF/ Fire service: 21— I & PR Department, Odisha (@IPR_Odisha) June 12, 2020