ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ବୁଧବାର ଭିଏତନାମର ରାଜଧାନୀ ହାନୋଇର ଏକ ଆପାର୍ଟମେଣ୍ଟ ବ୍ଲକରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ହୋଇଛି। ଏଏନଆଇ ରିପୋର୍ଟ ଅନୁଯାୟୀ, ଭିଏତନାମ ନ୍ୟୁଜ୍ ଏଜେନ୍ସି (ଭିଏନ୍ଏ) ସ୍ପଷ୍ଟ କରିଛି ଯେ ସେପ୍ଟେମ୍ବର ୧୩ ରାତି ପ୍ରାୟ ୨ ଟା ସମୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ନଅ ମହଲା କୋଠାରେ ନିଆଁ ଲାଗିଯାଇଥିଲା। ଏହି ବିଲ୍ଡିଂରେ ପ୍ରାୟ ୧୫୦ ଲୋକ ରହୁଥିଲେ।
ଭିଏତନାମର ରାଜଧାନୀ ହାନୋଇରେ ନିଆଁ ଲାଗିଥିବା ଏହି କୋଠା ସହରର ଆବାସିକ ଅଞ୍ଚଳର ଏକ ସଂକୀର୍ଣ୍ଣ ରାସ୍ତାରେ ଅବସ୍ଥିତ। ତେବେ ନିଆଁ ଲାଗିବା ପରେ ଉଦ୍ଧାର କାର୍ୟ୍ୟ ଦ୍ରୁତ ଗତିରେ ଚାଲିଛି,