ପର୍ଥ (ଏଟିଆର ବ୍ୟୁରୋ); ଘରୋଇ କଙ୍ଗାରୁ ଦଳ ୭୪ ରନ ପଛରେ ରହିଛି ଭ୍ରମଣକାରୀ ଭାରତ । ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତ୍ତି ନେଇଥିବା ଅଷ୍ଟ୍ରେଲିଆ ସମସ୍ତ ୱିକେଟ ହରାଇ ୩୨୬ ରନ କରିବା ପାଇଁ ସଫଳ ହୋଇଥିଲା । ତେବେ ଏହି ସ୍କୋରକୁ ପିଛା କରିବାକୁ ଯାଇ ଭ୍ରମଣକାରୀ ଦଳ ୨୫୨ ରନରେ ୭ଟି ୱିକେଟ ହରାଇ ସାରିଲାଣି । ଦଳ ପକ୍ଷରୁ ସର୍ବାଧିକ ଅଧିନାୟକ କୋହଲି ୧୨୩ କରିଥିବା ବେଳେ ଉପଅଧିନାୟକ ରାହାଣେ ୫୧ ରନ କରିବା ପାଇଁ ସଫଳ ହୋଇଛନ୍ତି । ବାକି ଖେଳାଳିମାନେ ନିରାଶ ଜନକ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଲଞ୍ଚ ବ୍ରେକ ପରେ ଦଳ ପାଇଁ ବ୍ୟାଟିଂ କରିବା ପାଇଁ ୱିକେଟ ରକ୍ଷକ ତଥା ଯୁବ ଖେଳାଳି ପନ୍ଥ ପଡିଆକୁ ଓହ୍ଲାଇବେ ।
୨୧ ବଲରୁ ୧୪ ରନ କରି ପଡିଆରେ ମହଜୁଦ ଅଛନ୍ତି । ତାଙ୍କ ସହ ସାଥ ଦେବା ପାଇଁ ଭାରତୀୟ ଦଳ ପକ୍ଷରୁ ଇଶାନ୍ତ ଶର୍ମା,ଯାଦବ,ବୁମରା ମଧ୍ୟ ଅଛନ୍ତି । ଦଳୀୟ ସ୍କୋରକୁ ବଢ଼ାଇବା ପାଇଁ ଏହି ଖେଳାଳି ମାନେ ହିଁ ସାହା ଭରଷା । ପ୍ରଥମ ଟେଷ୍ଟରେ ଭାରତ ଜିତି ୪ଟିକିଅ।। ସିରିଜରେ ୧-୦ରେ ଆଗୁଆ ରହିଛି । ଏଣୁ ଦ୍ୱିତୀୟ ମ୍ୟାଚ ବିଜୟ ପାଇଁ ଦୁଇ ଦଳ ମଧ୍ୟରେ କଡାଟକ୍କର ହେବ ଦର୍ଶକମାନେ ଆଶା ରଖିଛନ୍ତି ।