ହାଇଦ୍ରାବାଦ (ଏଟିଆର ବ୍ୟୁରୋ); ଦ୍ୱାଦଶ ଆଇପିଏଲର ୪୮ତମ ମ୍ୟାଚରେ ପଞ୍ଜାବକୁ ଧୂଳି ଚଟାଇଲା ହାଇଦ୍ରାବାଦ । ଏହି ବିଜୟ ପରେ ହାଇଦ୍ରାବାଦ ଚଳିତ ବର୍ଷ ଷଷ୍ଠ ବିଜୟ ହାସଲ କରିଛି । ଗତକାଲି ମ୍ୟାଚ ହାରିବା ପରେ ପଞ୍ଜାବର ପ୍ଳେଅଫ ଆଶା ଏକ ପ୍ରକାର ମଉଳି ଯାଇଛି । ଶେଷ ଦୁଇଟି ମ୍ୟାଚ ଯଦି ପଞ୍ଜାବ ବଡ ବିଜୟ ହୁଏ ଏବଂ ପ୍ଳେଅଫ ଲାଇନରେ ଥିବା ଦଳ ପରାଜୟ ହୁଅନ୍ତି ତେବେ ପଞ୍ଜାବର ଆଶା ରହିବ । ଦିଲ୍ଲୀ ଏବଂ ଚେନ୍ନାଇ ପ୍ଳେଅଫ ପାଇଁ ସ୍ଥାନ ପକ୍କା କରିନେଇଛନ୍ତି । ବାକି ଦୁଇଟି ସ୍ଥାନ ପାଇଁ ଚାଲିଛି ଲଢ଼େଇ ।
ଗତକାଲି ମ୍ୟାଚରେ ପଞ୍ଜାବ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିଲା । ତେବେ ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ଏକ ବିଶାଳ ସ୍କୋରର ଲକ୍ଷ୍ୟ ଦେଇଥିଲା । ନିର୍ଦ୍ଧାରିତ ଓଭର ମଧ୍ୟରେ ହାଇଦ୍ରାବାଦ ୬ ୱିକେଟ ହରାଇ ୨୧୨ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଡେଭିଡ ୱାର୍ଣ୍ଣର ସର୍ବାଧିକ ୮୧ ରନ କରିଥିଲେ । ତେବେ ତାଙ୍କ ସହ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶାହା ସାଥ ଦେଇଥିଲେ ।
ନିର୍ଧାରିତ ୨୦ ଓଭରରେ ୨୧୨ ରନ୍ ବ୍ୟୟ କରିବା ପରେ ପଞ୍ଜାବ ବିଜୟ ଏକ ପ୍ରକାର ଅସମ୍ଭବ ମନେ ହେଉଥିଲା। ଶେଷରେ ତାହା ହିଁ ହୋଇଥିଲା। ହାଇଦ୍ରାବାଦ ଉଭୟ ବ୍ୟାଟ୍ ଏବଂ ବଲ୍ରେ ଚିତ୍ତାକର୍ଷକ ପ୍ରଦର୍ଶନ କରି ସହଜ ବିଜୟ ହାସଲ କରିଥିଲା। ପଞ୍ଜାବ ପାଇଁ ସୋମବାର ଲୋକେଶ ରାହୁଲ (୭୯ ରନ୍, ୫୬ ବଲ୍, ୪ ଚୌକା, ୫ ଛକା) ଏକାକି ଲଢ଼ିଥିଲେ। ଯାହା ହାଇଦ୍ରାବାଦକୁ ହରାଇବା ଲାଗି ଆଦୌ ପର୍ୟ୍ୟାପ୍ତ ହୋଇ ନଥିଲା। ତୃତୀୟ ଓଭରରେ ଦୁର୍ଦ୍ଧର୍ଷ କ୍ରିସ୍ ଗେଲ୍ (୪)ଙ୍କୁ ହରାଇବା ହିଁ ପଞ୍ଜାବ ପାଇଁ ସବୁଠାରୁ ବଡ଼ ଝଟ୍କା ଥିଲା। ଏହା ପରେ ବଢ଼ି ଚାଲିଥିବା ରନ୍ ହାର ଆଗରେ ମୁଣ୍ଡ ନୁଆଁଇ ଜଣେ ପରେ ଜଣେ ପଞ୍ଜାବ ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିୟନ ଫେରିଥି