ଭୁବନେଶ୍ୱର (ଏଟିଆର ବ୍ୟୁରୋ):ପ୍ରତ୍ୟେକ ଦିନ ଜୀବନରେ କିଛି ନା କିଛି ମହତ୍ୱ ରହିଛି । ସପ୍ତାହର ସାତ ଦିନ ଯାଏଁ ଭିନ୍ନ ଭିନ୍ନ ଭଗବାନଙ୍କୁ ପୂଜା କରାଯାଇଥାଏ । ଦିନ ଅନୁଯାୟୀ ଭଗବାନଙ୍କୁ ପୂଜା କରିବା ଦ୍ୱାରା ମନସ୍କାମନା ପୂରଣ ହୋଇଥାଏ । ସମସ୍ତେ ଜାଣିଛନ୍ତି କି ସୂର୍ଯ୍ୟଦେବ ନିଜର ପ୍ରକାଶ ଦ୍ୱାରା ପୃଥିବୀକୁ ପ୍ରକାଶିତ କରିଥାନ୍ତି । ବୈଦିକ କାଳରୁ ସୂର୍ଯ୍ୟଉପାସନା ପ୍ରଚଳିତ ହୋଇ ଆସୁଛି । ଭଗବାନ ସୂର୍ଯ୍ୟଙ୍କ ଉଦିତ ହେବା ଦ୍ୱାରା ହିଁ ସାରା ଜଗତର ଅନ୍ଧକାର ଦୂରୀଭୂତ ହୁଏ ଏବଂ ଚର୍ତ୍ତୁଦିଗ ଉଜ୍ଜଳ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିବାର ଉପାୟ..
- ପ୍ରତିଦିନ ଭଗବାନ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦିଅନ୍ତୁ ।
- ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରନ୍ତୁ ।
- ରବିବାର ବ୍ରତ ରଖନ୍ତୁ ।
- ଭଗବାନ ବିଷ୍ଣୁଙ୍କ ଉପାସନା କରନ୍ତୁ ।
- ପିତୃଲୋକଙ୍କୁ ସମ୍ମାନ କରନ୍ତୁ ।
- ରବିବାର ଘରୁ ବାହାରିଲା ବେଳେ ମିଠା ଖାଇ ପାଣି ବାହାରନ୍ତୁ । ଏଭଳି ସବୁ ଉପାୟ କରିବା ଦ୍ୱାରା ସୂର୍ଯ୍ୟ ଦେବ ପ୍ରସନ୍ନ ହୋଇଥାନ୍ତି ।