ଛତିଶଗଡ (ଏଟିଆର ବ୍ୟୁରୋ); ତୁଟିଲା ଛତିଶଗଡ ଚିନ୍ତା । ଶେଷରେ ଛତିଶଗଡର ମୁଖ୍ୟମନ୍ତ୍ରୀ ହେବେ ଭୂପେଶ ବଘେଲ । ଆଜି ରାୟପୁରର ରାଜୀବ ଭବନରେ ବସିଥିବା ବିଧାୟକଦଳ ବୈଠକରେ ଏଭଳି ଏକ ନିଷ୍ପତ୍ତି ନିଆଯାଇଛି । ୧୫ ବର୍ଷପରେ ଶାସନକୁ ଫେରିଥିବା କଂଗ୍ରେସ ଦଳ ପାଇଁ ଚାରି ଜଣଙ୍କୁ ଚର୍ଚ୍ଚା ହେଉଥିଲା ତେବେ ବିଧାୟକ ଦଳର ନେତା ଭୂପେଶଙ୍କୁ ଅଧିକ ସମର୍ଥନ ମିଳିବା ପରେ ତାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଭାବରେ ବଛାଯାଇଛି ।
ଆସନ୍ତା କାଲି ଅପରାହ୍ନରେ ରାଜଭବନରେ ମୁଖ୍ୟମନ୍ତ୍ରା ଭାବରେ ଶପଥ ଗ୍ରହଣ କରିବେ ଭୂପେଶ । ଏହି ଉତ୍ସବରେ ଦଳ ସୁପ୍ରିମୋ ତଥା ଦଳର ସଭାପତି ରାହୁଲ ଗାନ୍ଧୀ ଯୋଗ ଦେବେ । ତେବେ ରାହୁଲଙ୍କ ସମେତ ଏହି ଶପଥ ଗ୍ରହଣ ଉତ୍ସବରେ ମନମୋହନ ସିଂଙ୍କ ସମେତ କଂଗ୍ରେସର ବରିଷ୍ଠ କର୍ମୀମାନେ ଯୋଗଦେବେ ବୋଲି ସୂଚନା ମିଳିଛି । ୯୦ ଟି ବିଧାନସଭା ଆସନରୁ କଂଗ୍ରେସ ୬୮ଟି ଆସନରେ ଜିତି ରମଣସିଂଙ୍କ ୧୫ ବର୍ଷର ଶାସନରେ ଅବସାନ ଘଟାଇଛି । ତେବେ ଏଥିରେ ମୁଖ୍ୟ ପୁରୋଧା ଭାବରେ ଭୂପେଶ ରହିଥିବାରୁ ତାଙ୍କୁ ଦଳ ମୁଖ୍ୟମନ୍ତ୍ରୀ ଆସନରେ ଅଳଙ୍କୃତ କରିବାକୁ ଯାଉଛି ।