ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ୬ଟି ବଲରୁ ୬ଟି ଛକାମାରିଥିବା ଯୁବରାଜଙ୍କ କ୍ରେଜ କମିଯାଇଛି । ଭାରତ ହାତେଥିବା ଦୁଇଟି ୱାଡକପରେ ହିରୋଥିଲେ ଯୁବରାଜ । ତେବେ ଆଇପିଏଲର କୈାଣସି ବି ଫ୍ରାଞ୍ଚାଇଚ କିଣିବା ପାଇଁ ରାଜି ହୋଇନାହାଁନ୍ତି । ଚଳିତ ବର୍ଷ ପାଇଁ ଚାଲିଥିବା ନିଲାମରେ ଅଲୋଡା ହୋଇଛନ୍ତି । ବହୁ ଦିନ ଧରି ଭାରତୀୟ ଦଳରୁ ବାଦ ପଡିଆସିଛନ୍ତି ଯୁବରାଜ । କେବଳ ରଣଜିଟ୍ରଫି ଖେଳୁଥିବା ବେଳେ ଏଥିରେ କୈାଣସି ବି ଆଖିଦୃଷ୍ଟିଆ ପ୍ରଦର୍ଶନ କରିନାହାଁନ୍ତି । ଭଲ ଫର୍ମରେ ନଥିବାରୁ ନିଲାମରେ କେହି ବି କିଣିନାହାଁନ୍ତି ଯୁବରାଜଙ୍କୁ ।
ଗତବର୍ଷ ଆଇପିଏଲରେ ଘରୋଇ ପଞ୍ଜାବ ପକ୍ଷରୁ ଖେଳିଥିଲେ ଯୁବରାଜ । ମାତ୍ର ସେପରି କିଛି ଭଲ ପ୍ରଦର୍ଶନ କରିନଥିଲେ ଯୁବରାଜ । ଫଳରେ ତାଙ୍କୁ ବାଧ୍ୟ ହୋଇ ଦଳ ଛାଡିଦେଇଥିଲା । ତେବେ କେବଳ ଯୁବରାଜ ନୁହଁନ୍ତି ଏହି ନିଲାମରେ ଅଲୋଡା ହୋଇଛନ୍ତି ପୁଜାରା । ଯୁବରାଜ ଏବଂ ପୁଜାରା ପୂର୍ବ ବର୍ଷ ପଞ୍ଜାବରେ ଥିଲେ ଏହି ଦୁଇ ଜଣଙ୍କୁ ଅଲୋଡା କରି ଦଳ ଗ୍ରହଣ କରିନଥିବା ବେଳେ ଏମାନଙ୍କ ଜାଗାରେ ଦଳ ଅଲରାଉଣ୍ଡର ବରୁଣ ଚକ୍ରବର୍ତ୍ତୀଙ୍କ ୮ କୋଟି ୪୦ ଲକ୍ଷରେ କିଣିଛି । ସେପଟେ ଏହି ଘରୋଇ ଖେଳାଳି ବିକ୍ରି ହୋଇନଥିବା ବେଳେ ୱେଷ୍ଟଇଣ୍ଡିଜ ଖେଳାଳି କାର୍ଲସ ବାଥରେଟଙ୍କୁ ୫ କୋଟିରେ କିଣିଛି କୋଲକାତା ।