ଝାରସୁଗୁଡା (ଏଟିଆର ବ୍ୟୁରୋ); ମାତିଲେ ଦୁର୍ବୃତ୍ତ । ଗାଡିର କାଚ ଭାଙ୍ଗି ଦିନ ଦ୍ୱିପ୍ରହରେ ଲୁଟିନେଲେ ଟଙ୍କା । ତେବେ ହଜାରେ ନୁହେଁ ଲକ୍ଷେ , ଲୁଟିନେଲେ ୩ ଲକ୍ଷ ଟଙ୍କା । ଝାରସୁଗୁଡା ତହସିଲ ଅଫିସ ସାମ୍ନାରେ ସାଣ୍ଟ୍ରୋ କାର ରଖି କୈାଣସି ଏକ କାମରେ ତହସିଲ ଅଫିସକୁ ଯାଇଥି ସୁରେଶ ଚନ୍ଦ୍ର ସାଗର । ମାତ୍ର ଆସିବା ବେଳକୁ ଗାଡି ଭାଙ୍ଗି ଟଙ୍କା ଲୁଟିନେଇଥିଲେ ଦୁର୍ବୃତ୍ତ । ଖବର ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।
ପୋଲିସ ରିର୍ପୋଟ ଅନୁଯାୟୀ ସୋମବାର ସ୍ଥାନୀୟ ଷ୍ଟେଟ ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଉଠାଇ ଥିଲେ ସୁରେଶ । ତେବେ କୈାଣସି କାମ ପଡିବାରୁ ତହସିଲ ଅଫିସକୁ ଯାଇଥାଇଥିଲେ । କାର ପାକିଂରେ ଲକ କରି ଭିତରକୁ ଯାଇଥିଲେ । ମାତ୍ର ଆସିବା ବେଳକୁ କାର କାଚ ଭାଙ୍ଗି ଟଙ୍କା ନେଇ ଫେରାର ହୋଇଯାଇଥିଲେ ଦୁବୃର୍ତ୍ତ । ଏହି ଖବର ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଥିଲା । ତେବେ ଦୁର୍ବୃତ୍ତମାନେ ପୂର୍ବରୁ ତାଙ୍କୁ ଲକ୍ଷ କରି ବ୍ୟାଙ୍କ ପାଖରୁ ପିଛା କରିଥିଲେ ଏବଂ ଗାଡି ଥୋଇ ଯିବା ପରେ ଏହାର ଫାଇଦା ଉଠାଇଥିବା ଅନୁମାନ କରାଯାଇଛି ।