ମେଲବର୍ଣ୍ଣ (ଏଟିଆର ବ୍ୟୁରୋ); ଘରୋଇ ଅଷ୍ଟ୍ରେଲିଆ ଆଗରେ ଧରାଶାୟୀ ହୋଇଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନମାନେ । ମାତ୍ର ୪୭ ରନରେ ୫ଟି ୱିକେଟ ହରାଇଛି ଭ୍ରମଣକାରୀ ଦଳ । ଦଳର ଅଧିନାୟକ ବିରାଟ କୋହଲି ଏବଂ ଭରଷାଯୋଗ୍ୟ ଖେଳାଳି ଚେତେଶ୍ୱର ପୂଜାରା ଖାତା ଖୋଲିବା ପୂର୍ବରୁ ଆଉଟ ହୋଇ ଯାଇଛନ୍ତି । ଯାହା ଫଳରେ ଭାରତୀୟ ଦଳ ସଙ୍କଟରେ ପଡି ଯାଇଛି । ଏବେ ଭାରତୀୟ ଦଳ ପକ୍ଷରୁ ଡେବ୍ୟୁ ଖେଳାଳି ମୟଙ୍କ ଅଗ୍ରୱାଲ ଏବଂ ପନ୍ଥ ପଡିଆରେ ମହଜୁଦ ରହି ଦଳୀୟ ସ୍କୋରକୁ ବଢ଼ାଇବାକୁ ଲାଗିଛନ୍ତି । ଏହି ଦୁଇ ଖେଳାଳିଙ୍କ ଉପରେ ଦଳ ସମ୍ପୂଣ୍ଣ ନିର୍ଭର କରୁଛି ।
ସେପଟେ ଅଷ୍ଟ୍ରେଲିଆ ପକ୍ଷରୁ ପାଟ ଚୁମିନ୍ସଙ୍କ ବୋଲିଂ ଆଗରେ ମୁଣ୍ଡ ନୁଆଁଇଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ । ଭାରତର ୫ଟି ୱିକେଟରୁ ଚୁମିନ୍ସ ବ୍ୟକ୍ତିଗତ ୪ଟି ୱିକେଟ ନେବାରେ ସଫଳ ହୋଇଛନ୍ତି । ତେବେ ଭାରତ ୪୭ ଫଳରେ ଅଷ୍ଟ୍ରେଲିଆ ଠାରୁ ୩୪୦ ରନ ଆଗରେ ରହିଛି । ଭାରତ ପକ୍ଷରୁ ମୟଙ୍କ ସର୍ବାଧିକ ୨୮ ରନ କରି ପଡିଆରେ ମହଜୁଦ ଅଛନ୍ତି । ସେପଟେ ଭାରତୀୟ ପ୍ରାରମ୍ଭିକ ଖେଳାଳିମାନେ ନୈରାଶ୍ୟ ଜନକ ଖେଳ ପାଇଁ କ୍ରିକେଟ ପ୍ରେମୀଙ୍କ ମନ ଦୁଃଖ ରହିଥିବା ଦେଖିବାକୁ ମିଳିଛି ।