ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଗମୀ ୨୦୧୯ ନିର୍ବାଚନକୁ ନେଇ ଫୋକସରେ ଅଛି ଓଡିଶା । ଏନେଇ ରାଜନୈତିକ ଦଳ ତତ୍ପର ହୋଇଥିବା ସହ ମାହୋଲ ପୂରା ସରଗରମ । ଏହାସଙ୍ଗକୁ ଆସନ୍ତା ଜାନୁଆରୀ ୧୬ରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସେ ବଲାଙ୍ଗିର ଗସ୍ତରେ ଯାଇ ସ୍ୱାଭିମାନ ସମାବେଶରେ ଯୋଗ ଦେବେ ବୋଲି ବିଜେପିର ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚାନା ଦେଇଛନ୍ତି ।
ଏହାସହିତ ପ୍ରଧାନମନ୍ତ୍ରୀ ଆସନ୍ତା ଜାନୁଆରୀ ୫ରେ ବାରିପଦାରେ ଆୟୋଜିତ ଏକ ସଭାରେ ଯୋଗ ଦେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି । ଚଳିତମାସ ୨୪ ତାରିଖରେ ମୋଦି ଓଡିଶା ଆସି ଅନେକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ପ୍ରଧାନ ମନ୍ତ୍ରୀଙ୍କର ଏଭଳି ବାରମ୍ବାର ଓଡିଶା ଗସ୍ତର କାରଣ ଆଗାମୀ ନର୍ବାଚନ ବୋଲି ଅନୁମାନ କରଯାଉଛି ।