ରାଉରକେଲା (ଏଟିଆର ବ୍ୟୁରୋ); ହଷ୍ଟେଲ ରୁମରୁ ଉଦ୍ଧାର ଛାତ୍ରୀଙ୍କ ମୃତ ଦେହ । ତେବେ ଏଭଳି ଅଭାବ ଜନକ ଘଟିଛି ରାଉରକେଲା ଭାଇଜାକ ହଷ୍ଟେଲରେ । ମୃତ ଛାତ୍ରୀ ଜଣକ ହେଲେ ସୁନୟନା ଡେକାରାଜ । ତାଙ୍କ ଘର ଆସାମରେ ବୋଲି ଜଣା ପଡିଛି । ସେ ରାଉରକେଲା ଇସ୍ପାତ ଜେନେରାଲ ମେଡିକାଲ କଲେଜର ଛାତ୍ରୀ । ପୋଲିସ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ମୃତଦେହ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ପଠେଇ ଦେଇଛି ।
ମିଳିଥିବା ସୂଚନା ମୁତାବକ ସୁନୟନା ଦେହ ଖରାପ ଅଛି ବୋଲି କହି ରୁମ ଭିତରେ ବହୁ ସମୟ ରହିଥିଲେ । ତେବେ ଦୁଇ ଘଣ୍ଟା ବିତି ଯାଇଥିଲେ ମଧ୍ୟ ରୁମ ଖୋଲିନଥିଲେ । ଫଳରେ ଡରି ଯାଇଥିଲେ ସାଙ୍ଗମାନେ । ଏହାପରେ ପୋଲିସ ଏବଂ ପରିବାର ଲୋକଙ୍କୁ ଫୋନ କରି ଜଣାଇଥିଲେ ରୁମମେଣ୍ଟମାନେ । ଖବର ପାଇବା ପରେ ପୋଲିସ ଏବଂ ପରିବାର ଲୋକ ଘଟଣାସ୍ଥଳରେ ପହଁଞ୍ଚିଥିଲେ । ଏବଂ କବାଟ ଭାଙ୍ଗିବା ବେଳକୁ ଝୁଲନ୍ତା ଅବସ୍ଥାରେ ରହିଥିଲା ଛାତ୍ରୀଙ୍କ ମୃତ ଦେହ । ତେବେ ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରିଛି କି ଏହା ଆତ୍ମହତ୍ୟା ।