କଳାହାଣ୍ଡି (ଏଟିଆର ବ୍ୟୁରୋ); ବୁଧବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଗୋଟିଏ ପରିବାରର ୫ଜଣଙ୍କ ଜୀବନ ଯାଇଥିବା ବେଳେ ତାଙ୍କର ଜଣେ ସହଯୋଗୀଙ୍କ ମଧ୍ୟ ଅକାଳରେ ଜୀବନ ଚାଲିଯାଇଛି । କଳାହାଣ୍ଡି ଜିଲ୍ଲା ଜାରିଙ୍ଗ ଜଙ୍ଗଲ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃକତମାନେ ହେଲେ ଖୁରସେଲଗୁଡା ଗାଁର ବଡବେହେରା, ଆଶୁତୋଷ ବେହେରା, ବିନାୟକ ବେହେରା ଓ ଦୁଇ ମାସ ଓ ଛଅ ବର୍ଷର ଶିଶୁ ।
ପୋଲିସ ଖବର ପାଇବା ପରେ ମୃତଦେହ ସବୁକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ତେବେ ଏହି ଦୁର୍ଝଟଣାରେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ଖବର ଜାଣିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଗୋଟିଏ ପରିବାରର ୫ଜଣଙ୍କ ଅକାଳରେ ମୃତ୍ୟୁ ହୋଇଥିବା ଖବର ସେମାନଙ୍କ ବନ୍ଧୁବାନ୍ଧବ ଜାଣିବା ପରେ ସେମାନଙ୍କ ଆଖିରୁ ଲୁହ ଶୁଖୁନଥିବା ଦେଖିବାକୁ ମିଳୁଛି ।
ସୂଚନା ଅନୁଯାୟୀ, ଭବାନୀପାଟଣାର ଖୁର୍ସେଲଗୁଡାର ଜଣାଶୁଣା ପ୍ରବଚକ ଆଶୁତୋଷଙ୍କ ପରିବାର ସୋମବାର ବିଶାଖାପାଟଣା ଯାଇଥିଲେ ।ସେଠାରେ ଜଣେ ସମ୍ପର୍କୀୟଙ୍କୁ ଦେଖା କରିବା ପରେ ଘରକୁ ଟ୍ରେନରେ ଫେରିଥିଲେ । ଷ୍ଟେସନରୁ ନିଜ କାରରେ ପରିବାର ବର୍ଗ ଫେରୁଥିବା ବେଳେ ବୁଧବାର ଭୋର ୪ଟା ସମୟରେ ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ ୬ଜଣଙ୍କ ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାରେ ଆଶୁତୋଷଙ୍କ ବୋହୂ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।