ମେଲବର୍ଣ୍ଣ (ଏଟିଆର ବ୍ୟୁରୋ); ଚତୁର୍ଥ ଦିନର ଖେଳ ଶେଷ । ଘରୋଇ ଅଷ୍ଟ୍ରେଲିଆକୁ ଜିତିବା ପାଇଁ ଆଉ ୧୪୧ ରନର ଆବଶ୍ୟକତା ଥିବା ବେଳେ ଭାରତକୁ ଜିତିବା ପାଇଁ ମାତ୍ର ୨ଟି ୱିକେଟର ଆବଶ୍ୟକତା ରହିଛି । କଙ୍ଗାରୁ ଦଳ ପକ୍ଷରୁ ପାଟ ଚୁମିନ୍ସ ଏବଂ ଷ୍ଟାର୍କ ପଡିଆରେ ମହଜୁଦ ଅଛନ୍ତି । ଚୁମିନ୍ସ ବ୍ୟକ୍ତିଗତ ୬୧ ରନ କରିଥିବା ବେଳେ ଷ୍ଟାର୍କ ୬ ରନ କରି ଦଳକୁ ବିଜୟ ପଥରେ ଆଗେଇ ନେବାରେ ସାହାର୍ଯ୍ୟ କରୁଛନ୍ତି ।
ଭାରତୀୟ ଦଳ ପକ୍ଷରୁ ବାମହାତୀ ସ୍ପିନର ଜାଡେଜା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ସାମି ଏବଂ ବୁମରା ଦୁଇଟି ଲେଖାଏଁ ୱିକେଟ ନେବାରେ ସଫଳ ହୋଇଛନ୍ତି । ଇଶାନ୍ତ ଶର୍ମା ମଧ୍ୟ ଗୋଟିଏ ୱିକେଟ ନେଇଥିବା ଜଣା ପଡିଛି । ସେପଟେ ପାଟ ଚୁମିନ୍ସ ଦ୍ୱିତୀୟ ପାଳିରେ ୬ଟି ୱିକେଟ ନେଇଥିବା ବେଳେ ୬୧ ରନ କରି ଅପରାଜିତ ଅଛନ୍ତି । ଏକାକି ଦଳକୁ ବିଜୟ ଦେବା ପାଇଁ ଲାଗିପଡିଛନ୍ତି ।