ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ପୂଜା-ପାଠର ରୀତି ନୀତି ଅନୁଯାୟୀ ଭଗବାନଙ୍କ ଚରଣରେ କିଛି ନି କିଛି ଅର୍ପଣ କରାଯାଇଥାଏ । ଭଗବାନଙ୍କ ଚରଣରେ ଯେତେ ସୁନା-ଚାନ୍ଦୀ ଅର୍ପଣ କରନ୍ତୁ ନା କାହିଁକି,ଯଦି ଆପଣ ଶ୍ରଦ୍ଧା ମନରେ କରୁନାହାନ୍ତି ତେବେ ଭଗବାନ ଆପଣଙ୍କ ଉପରେ କେବେ ବି ପ୍ରସନ୍ନ ହୁଅନ୍ତି ନାହିଁ । ମାତ୍ର ଯଦି ଆପଣ ସାଧାରଣ ଫୁଲଟିଏ ଶ୍ରଦ୍ଧାର ସହ ଅର୍ପଣ କରନ୍ତି ତେବେ ଭଗବାନ ତାହାକୁ ଅତି ଖୁସିର ସହ ଗ୍ରହଣ କରନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଭଗବାନ ଗଣେଶ ଏବଂ ମହାଦେବଙ୍କ ଚରଣରେ କେଉଁ ସବୁ ଫୁଲ ଅର୍ପଣ କରିବା ଉଚିତ୍ । ତେବେ ଆସନ୍ତୁ ଜାଣିବା…
ଗଣେଶ ମହାପ୍ରଭୁ: କେବଳ ତୁଳସୀ କୁ ଛାଡିଦେଲେ ଗଣେଶ ଭଗବାନଙ୍କୁ ବିଭିନ୍ନ ପ୍ରକାରର ଫୁଲ ପସନ୍ଦ । କେବଳ ତଳସୀ ଅପର୍ଣ କରନ୍ତୁ ନାହିଁ । ଏହାସହିତ ଯଦି ଆପଣ ଦୁବ ଅର୍ପଣ କରୁଛନ୍ତି ତେବେ ଗଣେଶ ମହାପ୍ରଭୁ ଅତ୍ୟନ୍ତ ଖୁସି ହୋଇଯାଇଥାନ୍ତି ।
ଭୋଳାନାଥ: ଭଗବାନ ଶିବଙ୍କର ପସନ୍ଦ ଖୁବ୍ ସରଳ । ଯଦି ଆପଣ ସୁଗନ୍ଧଯୁକ୍ତ ଫୁଲ ଅର୍ପଣ କରୁଛନ୍ତି ତାହାଦ୍ୱାରା ମହାଦେବ ଖୁବ୍ ପ୍ରସନ୍ନ ହୋଇଯାଇଥାନ୍ତି । ମହାଦେବଙ୍କ ଚଣଣରେ ଚମେଲି, ଶ୍ୱେତପଦ୍ମ, ଶମି, ଦୁର୍ଦୁରା,ଅରଖ, ଗଇଶ, ଅପରାଜିତା , ବେଲପତ୍ର, କେସର ଏବଂ ନାଗଚମ୍ପା ଚଢାଇ ପାରିବେ ।