ନୟାଗଡ (ଏଟିଆର ବ୍ୟୁରୋ); ଚାଲିଛି ପିକନିକ ସିଜିନ । ସବୁ ପିକନିକ ସ୍ଥଳରେ ଜମୁଛି ପର୍ଯ୍ୟଟକଙ୍କ ଭିଡ । ତେବେ ନୟାଗଡ ଜିଲ୍ଲାରେ ଥିବା ପର୍ଯ୍ୟଟନ ସ୍ଥଳି ଗୁଡିକ ଅତ୍ୟନ୍ତ ମନୋରମ । ଜିଲ୍ଲାରେ ରହିଛି ଅନେକ ପର୍ଯ୍ୟଟନ ସ୍ଥଳି । ଏହି ପିକନିକ ସ୍ଥଳି ଗୁଡିକ ଏତେ ମନୋରମ ହୋଇଛି ଯେ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି । ତେବେ ଆସନ୍ତୁ ଜାଣିବା ନୟାଗଡର ଜିଲ୍ଲାରେ ଥିବା କିଛି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟଟନ ସ୍ଥଳି ସମ୍ପର୍କରେ …
ସିମିଳି
ନୟାଗଡ ଜିଲ୍ଲା ଓଡଗାଁ ତହସିଲ ଅଞ୍ଚଳରେ ପ୍ରବାହିତ ହୋଇଛି ସିମିଳି ଝରଣା । ଏହାର ପ୍ରାକୃତିକ ପରିବେଶ ଏପରି ମନୋରମ ହୋଇଛି ଯେ ପର୍ଯ୍ୟଟକଙ୍କୁ ଟାଣି ଆଣୁଛି । ସିମିଳି ଝରଣା ଅତ୍ୟନ୍ତ ସୁନ୍ଦର ବୋଲି ପର୍ଯ୍ୟଟକମାନେ କହିଛନ୍ତି ।
ସାତକୋସିଆ
ବଡମୂଳ ଅଞ୍ଚଳରେ ରହିଛି ସାତକୋଶିଆ ବାଘ ଅଭୟ୍ୟାରଣ୍ୟ । ଏଠାରେ ବାଘକୁ ଦେଖିବା ପାଇଁ ପର୍ଯ୍ୟଟକଙ୍କ ଭିଡ ଜମୁଥିବା ବେଳେ ବାଲିରେ ତିଆରି ହୋଇଥିବା ତମ୍ବୁରେ ରାତି କାଟିବା ପାଇଁ ଦର୍ଶକମାନେ ଧାଇଁ ଆସିଥାନ୍ତି । ମହାନଦୀ ପଟାରେ ବନା ଯାଇଥିବା ବନ ବିଭାଗ ଦ୍ୱାରା ରାତ୍ରି ଯାପନ କରିବା ନିଆରା । ଯାହାର ମଜା ନେବା ପାଇଁ ହଜାର ହଜାର ପର୍ଯ୍ୟଟକ ମାନଙ୍କ ଭିଡ ଜମୁଥାଏ ।
କୁଆଁରିଆ ଡ୍ୟାମ
ଦଶପଲ୍ଲା ଅଞ୍ଚଳରେ ବହି ଯାଇଥିବା କୁଆଁରିଆ ନଦୀକୁ ବନ୍ଧା ଯାଇ ଓଡଶର ନିକଟରେ କରାଯାଇଥିବା କୁଆଁରିଆ ଡ୍ୟାମ ନୟାଗଡ ଜିଲ୍ଳାର ପର୍ଯ୍ୟଟନ ସ୍ଥଳି ମଧ୍ୟରେ ଅନ୍ୟତମ । ଏଠାରେ ଥିବା ଡିଅର ପାର୍କକୁ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ ଲାଗିଥାଏ । ଏହି ଡିଅର ପାର୍କରେ ୫୦୦ରୁ ଅଧିକ ହରୀଣ ଥିବା ଜଣା ପଡିଛି ।
ଲଡୁବାବା
ଓଡଗାଁରେ ପ୍ରଖ୍ୟାତ ଶୈାବପୀଠ ଭାବରେ ପରିଚିତ ଲଡୁବାବାଙ୍କ ମନ୍ଦିର । ଶ୍ରାବଣ ମାସରେ ଏଠାରେ ଲକ୍ଷ ଲକ୍ଷ କାଉଡିଆଙ୍କ ଭିଡ ଜମୁଥିବା ବେଳେ ପିକନିକ ସମୟରେ ମଧ୍ୟ ଏଠାରେ ବହୁ ପର୍ଯ୍ୟଟକଙ୍କ ଭିଡ ଜମୁଥିବା ଦେଖିବାକୁ ମିଳୁଛି ।
ନୀଳମାଧବ
କଣ୍ଟିଲୋ ନୀଳମାଧବ ନୟାଗଡର ପର୍ଯ୍ୟଟନ ସ୍ଥଳି ଭାବରେ ଖୁବ ପରିଚିତ । ଏଠାରେ ମାଘ ମେଳା ସମୟରେ ବହୁତ ଭିଡ ହୋଇଥାଏ । ତେବେ ନୀଳମାଧବଙ୍କ ଦର୍ଶନ କରିବା ପାଇଁ ବର୍ଷ ତମାମ ଏଠାରେ ଭକ୍ତଙ୍କ ଭିଡ ଜମୁଥିବା ଦେଖିବାକୁ ମିଳୁଛି । ମହାନଦୀ ପାଖରେ ଥିବାରୁ ଏଠାକୁ ପିକନିକ ପାଇଁ ମଧ୍ୟ ବହୁତ ଲୋକ ଯାଇଥାନ୍ତିି । ଗୋଟିଏ ଜାଗାରେ ଠାକୁର ଦେଖା ସାଙ୍ଗକୁ ଭୋଜିର ମଜା ମଧ୍ୟ ନେଇ ହବ ।
ଦାଶରଥୀ ପଟ୍ଟନାୟକ ସଂଗ୍ରାହାଳୟ
ନୟାଗଡ ଜିଲ୍ଳା ନୂଆଗାଁ ବ୍ଳକ ଅନ୍ତର୍ଗତ ଉଦୟପୁର ଗ୍ରାମ ପଞ୍ଚାୟତରେ ରହିଛି ରାଜ୍ୟ ସଂଗ୍ରାହାଳୟ ମାନ୍ୟତା ପାଇଥିବା ଦାଶରଥୀ ପଟ୍ଟନାୟକ ସଂଗ୍ରାହାଳୟ ଏବଂ ପାଠାଗାର ।
ରଘୁନାଥ ମନ୍ଦିର
ରଣପୁରରେ ଥିବା ଜଗନ୍ନାଥ ମନ୍ଦିର ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳି । ଏଠାରେ ବହୁ ପର୍ଯ୍ୟଟକଙ୍କ ଭିଡ ମଧ୍ୟ ଜମୁଥାଏ ।
ମଣିନାଗ
ରଣପୁରରେ ଥିବା ମଣିନାଗ ପାହାଡ ଜିଲ୍ଲାର ଅନ୍ୟ ପର୍ଯ୍ୟଟନ ସ୍ଥଳି ଠାରୁ ଭିନ୍ନ । ଏହି ପାହାଡ ପାଖରେ ଯାଇଥିବା ଝରଣାରେ ଗାଧୋଇବାର ମଜା ନିଆରା ।
ଦକ୍ଷିଣକାଳୀ
ନୟାଗଡ ସହରରେ ରହିଛି ପ୍ରଖ୍ୟାତ ଠାକୁରାଣୀ ମା ଦକ୍ଷିଣକାଳୀଙ୍କ ମନ୍ଦିର । ଏଠାରେ ହଜାର ହଜାର ଭକ୍ତଙ୍କ ଭିଡ ଜମିଥାଏ । କାରଣ ଏଠାରେ ଲୋକ ମାନେ ମାଙ୍କୁ ଯାହା ମନାସୀଥାନ୍ତି ତାହା ମିଳିଥାଏ ବୋଲି ବିଶ୍ୱାସ ରହିଛି ।