ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବିଦିସା କ୍ରାପ୍ଟ ବ୍ୟାନରେ ନିର୍ମାଣ ହୋଇଛି ଓଡିଆ ଚଳଚ୍ଚିତ୍ର କୁଇନ । ଯାହାର ମ୍ୟୁଜିକ ରିଲଜ ଏହି ନିକଟରେ ହୋଟେଲ ନ୍ୟୁ ମାରିଅନରେ ଅନୁଷ୍ଟିତ ହୋଇଯାଇଛି । ଏକ ଭିନ୍ନ ଧରଣର ଲଭ ଷ୍ଟୋରୀ ସହ ନାରୀ ସଶକ୍ତିକରଣକୁ ନେଇ ନିର୍ମାଣ ହୋଇଛି ଫିଲ୍ମ କୁଇନ । ଏହି ସିନେମାଟିକୁ ବିଜୟ କାଣ୍ଡି ପ୍ରଯୋଜନା କରୁଥିବା ବେଳେ ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ମୃତୁଞ୍ଜୟ ସାହୁ ।
ସେହିଭଳି ସଂଗୀତ ଭାର ସମ୍ଭାଳିଛନ୍ତି ମଳୟ ମିଶ୍ର । ଏଥିରେ କୁଇନ ଭୂମିକାରେ ବର୍ଷା ପ୍ରିୟର୍ଦଶନୀ ନଜର ଆସୁଥିବା ବେଳେ ତାଙ୍କ ନାୟକ ସାଜିଛନ୍ତି ଜୟଜିତ ଦାସ । ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ହାସ୍ୟ ଅଭିନେତା ହରିହର ଦାସ, ଉସସି ମିଶ୍ର, ଲିସା ମିଶ୍ର, ପପି ସାନ୍ତୁକା,ଅନନ୍ତ ରଥ ଓ ଗୀତା ରାଣୀ ଜେନାଙ୍କୁ ଦେଖିବାକୁ ମିଳିବ ।