ଭୁୁବନେଶ୍ୱର,୧୮ା୨ (ବ୍ୟୁରୋ): ଗଲା ୪ଦିନ ହେବ ଖଣ୍ଡଗିରି ଅଞ୍ଚଳରେ ଏକ ଦନ୍ତା ହାତୀ ଆତଙ୍କ ଦେଖିବାକୁ ମିଳିଥିଲା । ଯାହା ଅଞ୍ଚଳବାସୀଙ୍କ ଭିତରେ ଭରି ଦେଇଥିଲା କୋକୁଆ ଭୟ । ଶନିବାର-ରବିବାର ବିଳମ୍ବିତ ରାତିରେ ଏହି ବିପଦ ଟଳିଛି । କାରଣ ବନବିଭାଗ କର୍ମଚାରୀ ହାତୀକୁ ଚନ୍ଦକା ଅଭୟାରଣ୍ୟକୁ ଘଉଡାଇ ଦେଇଥିବା ସୂଚନା ମିଳିଛି । ପାଖାପାଖି ୫୦ରୁ ଅଧିକ ବନବିଭାଗ କର୍ମଚାରୀ ଓ ଏକ ପୁଲିସ୍ ପ୍ଲାଟୁନ୍ ଫୋର୍ସ ଅଞ୍ଚଳରେ ମୁତୟନ ହୋଇଥିଲେ । ହାତୀ ସଙ୍କଟ ଟଳିବା ଯୋଗୁ ଆଜି ଖଣ୍ଡଗିରି ଅଞ୍ଚଳରେ ଥିବା ସମସ୍ତ ପାର୍କ ଓ ପର୍ଯ୍ୟଟନସ୍ଥଳୀ ଖୋଲାଯାଇଥିଲା ।
ବନବିଭାଗ କର୍ମଚାରୀ କହିବା ଅନୁଯାୟୀ, ହାତୀଟି ପ୍ରଥମେ ଓୟୁଏଟି ଫାର୍ମ ହାଉସ୍ରେ ଲୁଚି ରହିଥିଲା । ଶୁକ୍ରବାର ଘାଟିକିଆରେ ଦନ୍ତା ହାତୀଟି ବନ ବିଭାଗକୁ ପାଣି ପିିଆଇଥିବା ବେଳେ ଶନିବାର ସଂନ୍ଧ୍ୟାରେ କସ୍ମୋପଲିସ ଛକ୍ରେ ସ୍ଥାନୀୟ ଲୋକଙ୍କୁ ନାକେଦମ କରିଥିଲା । ନିୟୋଜିତ ହୋଇଥିବା ବନବିଭାଗ କର୍ମଚାରୀ ଓ ପୁଲିସ୍ କର୍ମଚାରୀ ହାତୀଙ୍କୁ ଘଉଡାଇବା ପାଇଁ ସବୁ ପ୍ରକାରର ଉଦ୍ୟମ ଚଳାଇଥିôଲେ ।
ଗତକାଲି ଜୟଦେବ ବାଟିକାର ଲୁହା ଗେଟ୍ ଭାଙ୍ଗି ହାତୀଟି ଭିତରକୁ ପଶିଥିଲା । ଭିତରେ ବ୍ୟାପକ ଭଙ୍ଗାରୁଜା କରିଥିଲା । ଖାଲି ଏତିକି ନୁହେଁ ପାର୍କଠାରୁ କିିଛି ଦୂରରେ ଥିବା ଖଣ୍ଡଗିରି ବାରି ବସ୍ତିରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା । ତିନି ଥର ପାର୍କରୁ ବସ୍ତି ହେବା ପରେ ହାତୀଟି ବିଳମ୍ବିତ ରାତି ପର୍ଯ୍ୟନ୍ତ ଜୟଦେବ ବାଟିକାରେ ଲୁଚି ରହିଥିଲା ।
ସେପଟେ ହାତୀକୁ ଜଙ୍ଗଲ ମୁହାଁ କରିବା ପାଇଁ ଆମ୍ରି ହସ୍ପଟାଲ ପାଖରୁ ଜୟଦେବ ବାଟିକା ଅଞ୍ଚଳର ସମସ୍ତ ଷ୍ଟ୍ରିଟ୍ ଲାଇଟ୍ ବନ୍ଦ କରି ଦିଆଯାଇଥିଲା । ରାତି ପ୍ରାୟ ୧୧.୩୦ରେ ଦନ୍ତା ପାର୍କରୁ ବାହାରି ଘାଟିକିଆ ଗହିର ଆଡ଼କୁ ମୁହାଁଇଥିଲା । ତାକୁ ଘଉଡାଇବା ପାଇଁ ବନବିଭାଗ କର୍ମଚାରୀ ଟର୍ଚ ଧରି ତା’ର ପିଛା କରିଥିଲେ । ଲୋକଙ୍କ ଭିଡ଼ ହଟାଇବା ପାଇଁ ପୁଲିସ୍କୁ ବି ନାକେଦମ ଦେବାକୁ ପଡିଥିଲା । ଘାଟିକିଆରୁ କଳିଙ୍ଗବିହାର ପରେ ସାଁପୁର ଦେଇ ହାତୀଟି ନୁଆଗାଁ ଗହିର ଦେଇ ପ୍ରାୟ ରାତି ୨ଟାରେ ଚନ୍ଦକା ଜଙ୍ଗଳକୁ ପଳାଇଥିବା ବନବିଭାଗ କର୍ମଚାରୀ ସୂଚନା ଦେଇଛନ୍ତି ।