ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯଦି ଜାତକରେ ଶନି ଅଶୁଭ ଥାନ୍ତି ତେବେ ଶନିବାର ଦିନ ଶନିଦେବଙ୍କୁ ତେଲ ଚଢା ଯାଇଥାଏ । ଏହି ଉପାୟ ସବୁ ରାଶିର ଲୋକେ କରିପାରିବେ । ଯେଉଁ ବ୍ୟକ୍ତି ଏହି ଉପାୟ ନିୟମିତ କରୁଥାନ୍ତି ସେମାନଙ୍କ ଉପରେ ଶନିଦେବ କୃପାଲାଭ ହୋଇଥାଏ । ଏହାସହିତ ମାନ୍ୟତାଅନୁଯାୟୀ କିଛି ଏକଳି କଥା ରହିଛି ଯାହା ଶନିଦେବଙ୍କୁ ତେଲ ଚଢାଇବା ବେଳେ ଧ୍ୟାନ ଦେବା ଉଚିତ୍ ।
- ଶନିଦେବଙ୍କୁ ସର୍ବଦା ଲୁହା ପାତ୍ରରେ ହିଁ ତେଲ ଚଢାଇବା ଉଚିତ୍ । କାଚ, ତମ୍ବା କିମ୍ବା ଷ୍ଟିଲ ପାତ୍ରରେ ତେଲ ଚଢାଇବା ଦ୍ୱାରା କୌଣସି ଲାଭ ହୋଇନଥାଏ ।
- ଯେଉଁ ତେଲ ଆପଣ ଶନି ଭଗବାନଙ୍କ ଚଢାଉଛନ୍ତି ତାହା ସମ୍ପୂର୍ଣ୍ଣ ଶୁଦ୍ଧ ହୋଇଥିବା ଉଚିତ୍ । ସେଥିପାଇଁ ମନ୍ଦିର ବାହାରୁ ତେଲ କିଣିବା ଅପେକ୍ଷା ଘରୁ ତେଲ ନେଇ ଯିବେ ତ ଅଧିକ ଶୁଭ ରହିବ ।
- ତେଲ ଚଢାଇବା ପୂର୍ବରୁ ତେଲରେ ନିଜର ଚେହେରା ନିଶ୍ଚିତ ଦେଖନ୍ତୁ । ଏଭଳି କରିବା ଦ୍ୱାରା ସମସ୍ତ ଦୋଷରୁ ମୁକ୍ତି ମିଳିଥାଏ ।
- ଶନି ଭଗବାନଙ୍କୁ ତେଲ ଚଢାଇବା ବେଳେ ପାଦ ପଡୁ ଦର୍ଶନ କରନ୍ତୁ । ଏହା ଶୁଭ ହୋଇଥାଏ ।
- ଶନିଦେବଙ୍କୁ ତେଲ ଅର୍ପଣ କରିବା ସହିତ ସ୍ୱ-ଇଛାରେ ଧନ ଦାନ କରିବା ଉଚିତ୍ । ଏହି ଦାନ ଆପଣ ଶନି ମନ୍ଦିର କିମ୍ବା ଗରିବଙ୍କୁ କରିପାରିବେ ।