ପୁରୀ (ଏଟିଆର ବ୍ୟୁରୋ): ପହିଲି ଭୋଗ ପାଇଁ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତି । ଏନେଇ ଶ୍ରୀମନ୍ଦିର ସବ୍ କମିଟି ବୈଠକରେ ଆଲୋଚନା ହୋଇଛି । ସେହିଅନୁଯାୟୀ ଡିସେମ୍ବର ୧୬ ରୁ ରାତି ୨ ଟାରୁ ଖୋଲିବ ଶ୍ରୀମନ୍ଦିର ଦ୍ୱାର । ପ୍ରତିଦିନ ରାତି ୨ଟାରୁ ଦ୍ୱାର ଫିଟା ନୀତି ସମ୍ପନ୍ନ ହୋଇ ଭୋର ୫ଟା ୨୦ରୁ ପହିଲି ଭୋଗ ନୀତି ହେବ । ସେହିପରି ରାତି ୧୧ ଟାରେ ହେବ ପହୁଡ ନୀତି ।
ନିର୍ଦ୍ଧାରିତ ସମୟ ମୁତାବକ, ରାତି ୨ ଟାରେ ଦ୍ୱାରଫିଟା, ୨ ଟା ୪୫ ରେ ମଙ୍ଗଳ ଆଳତୀ, ୫ ଟା ୨୦ରୁ ୬ଟା ଭିତରେ ପହିଲି ଭୋଗ, ୬ଟାରୁ ୮ ଟା ଭିତରେ ସକାଳ ଧୂପ, ୮ ଟା ୨୦ ରୁ ୧୦ ଟା ଭିତରେ ପ୍ରଥମ ଭୋଗ ମଣ୍ଡପ, ୧୦ ଟାରୁ ୧୨ ଭିତରେ ମଧ୍ୟାହ୍ନଧୂପ, ୧୧ ଟା ୪୫ ରୁ ୧ ଟା ଭିତରେ ଦ୍ୱିତୀୟ ଭୋଗ ମଣ୍ଡପ, ୨ ଟା ୩୦ ରେ ପହୁଡ, ୪.୩୦ ରେ ଦ୍ୱାରଫିଟା, ୫ଟାରେ ସନ୍ଧ୍ୟା ଆଳତୀ,୬ ଟା ୮ ଟା ଭିତରେ ସନ୍ଧ୍ୟା ଧୂପ, ରାତି ୯ଟାରେ ଚନ୍ଦନ ଲାଗି, ୧୦ଟାରେ ବଡ ସିଂହାର ବେଶ, ୧୦.୪୫ ରେ ଟୋପରଲାଗି ଏବଂ ୧୧ ଟାରେ ରାତ୍ର ପହୁଡ ନୀତି ।