ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବିବାହିତ ମହିଳାଙ୍କ ପାଇଁ ସିନ୍ଦୁରର ବିଶେଷ ମହତ୍ୱ ରହିଛି । ଶୁଭ ସଂକେତ ଦେଉଥିବା ଏହି ସିନ୍ଦୁରରେ ଅନେକ ଚମତ୍କାରୀ ଗୁଣ ଅଛିି । ଆଜ୍ଞା ହଁ ସିନ୍ଦୁରରେ ଏଭଳି ଅନେକ ଗୁଣ ରହିଛି ଯାହାଦ୍ୱାରା ଆପଣ ଜୀବନରେ ଅନେକ ସମସ୍ୟାରୁ ଛୁଟ୍ କାରା ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ସିନ୍ଦୁରର ଉପାୟ ବିଷୟରେ….
- ପାନ ପତ୍ରରେ ସାମାନ୍ୟ ଫିଟିକିରି ଏବଂ ସିନ୍ଦୁର ମିଶାଇ ବୁଧବାର ସକାଳ ଏବଂ ସନ୍ଧ୍ୟାରେ ବରଗଛ ମୂଳେ ଏକ ପଥରର ଲଗାଇ ଦିଅନ୍ତୁ । ଏହାକୁ ଲଗାଇବା ପରେ ପଛକୁ ବୁଲି ଚାହାଁନ୍ତୁ ନାହିଁ । ଏହି ଉପାୟ ଲଗାତର ତିନି ବୁଧବାର ପର୍ଯ୍ୟନ୍ତ କରନ୍ତୁ ।
- ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟ ଦ୍ୱାରରେ ତେଲ ମିଶ୍ରିତ ସିନ୍ଦୁର ଲଗାନ୍ତୁ ଏହାଦ୍ୱାରା ଘରେ ନକରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ । ଏହି ଉପାୟ ଘରେ ଥିବା ବାସ୍ତୁଦୋଷକୁ ମଧ୍ୟ ଦୂର କରିଥାଏ ।
- ଏହାବ୍ୟତିତ ଘରର ଦ୍ୱାର ବନ୍ଧରେ ସିନ୍ଦୁର ଲଗାଇବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ଲାଭ ହୋଇଥାଏ ।
- ଘରର ମୁଖ୍ୟ ଦ୍ୱାରରେ ସିନ୍ଦୁର ଚଢା ହୋଇଥିବା ଗଶେଶ ପ୍ରତିମା ଲଗାଇବା ଦ୍ୱାରା ସୁଖ-ଶାନ୍ତି ବଳ ବତ୍ତର ରହିଥାଏ ।
- ଯଦି ଆପଣ ଆର୍ଥିକ ସମସ୍ୟାରେ ଅଛନ୍ତି ତେବେ ନଡିଆରେ ସିନ୍ଦୁର ଏବଂ ସାଲୁକନା ବାନ୍ଧି ପୂଜା କରନ୍ତୁ । ଏହାସହିତ ମା’ ଲକ୍ଷ୍ମୀଙ୍କୁ ଧନ ପାଇଁ ପ୍ରାର୍ଥନା କରି ବ୍ୟବସାୟ ସ୍ଥାନରେ ରଖିଦିଅନ୍ତୁ ।