ରାଉରକେଲା (ଏଟିଆର ବ୍ୟୁରୋ); ବନ୍ଧୁତ୍ୱରେ କଳଙ୍କ । ସାଙ୍ଗର ଭଉଣୀକୁ ଡାକିନେଇ ଗଣଦୁଷ୍କର୍ମ । ରାଉରକେଲାର ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ଜଣେ ଛାତ୍ରୀକୁ ଗଣଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ତେବେ ଏଭଳି ଏକ ନିନ୍ଦନୀୟ ଘଟଣା ଘଟିଛି ଝାରସୁଗୁଡା ଅଞ୍ଚଳରେ । ପିଡିତାକୁ ରାଉରକେଲା ମେଡିକାଲରେ ଭର୍ତ୍ତି କରାଯାଇଛି । ପିଡିତାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆ ଯାଇଛି । ତେବେ ଏହି ଏତଲା ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ସୂଚନାଯୋଗ୍ୟ ଛାତ୍ରୀ ଜଣକ କଲେଜ ଛୁଟି ହେବା ପରେ ଛାତ୍ରୀ ଜଣକ ଘରକୁ ଯିବା ପାଇଁ ରାଉରକେଲା ଷ୍ଟେସନରେ ଟ୍ରେନକୁ ଅପେକ୍ଷା କରିଥିଲେ । ସେଠାରେ ଛାତ୍ରୀଙ୍କର ଜଣେ ସମ୍ପର୍କୀୟ ଭାଇଙ୍କ ସହ ଦେଖା ହୋଇଥିଲା । ତେବେ ଭାଇ ମଧ୍ୟ ଝାରସୁଗୁଡା ଯିବେ ବୋଲି କହିବା ପରେ ଉଭୟ ସାଙ୍ଗ ହୋଇ ଟ୍ରେନକୁ ଅପେକ୍ଷା କରିଥିଲେ । ପରେ ଗୋଟିଏ ଟ୍ରେନରେ ଉଭୟ ଚଢ଼ି ଯାଇଥିଲେ । କିନ୍ତୁ ସେହି ଟ୍ରେନଟି ଝାରସୁଗୁଡା ଯାଇନଥିଲା । ଏଣୁ ଛାତ୍ରୀ ଜଣକ କହିଥିଲେ ଟ୍ରେନ ଭୁଲ ରୁଟରେ ଯାଉଛି । ଭାଇଙ୍କ ସାଙ୍ଗ କହିଥିଲେ କି ଟ୍ରେନଟି ବୁଲିକି ଝାରସୁଗୁଡା ଆସିବ । ଭାଙ୍କ କଥାରେ ବିଶ୍ୱାସ କରି ଟ୍ରେନରେ ତାଙ୍କ ସହ ଯାତ୍ରା କରିଥିଲେ ।
ବିଶ୍ୱାସ ଘାତକ ଭାଇ ମନରେ ଥିଲା କାମନାର ଲୋଭ । ଟ୍ରେନଟି ଝାଡଖଣ୍ଡ ବେଲପାହାଡ ନିକଟରେ ଓହ୍ଲାଇବା ପରେ ବସରେ ଘରକୁ ଯିବା ପାଇଁ କହିଥିଲେ । ତେବେ ସେଠାରେ ଓହ୍ଲାଇବା ପରେ ଗୋଟିଏ ରୁମକୁ ନେଇ ଯାଇଥିଲେ । ସେଠାରେ ଆଉ ୫ ଜଣ ଯୁବକ ଥିବା ଦେଖିବା ପରେ ଛାତ୍ରୀ ଜଣକ ଭୟ କରିଯାଇଥିଲେ । ତେବେ ରୁମ ଯିବା ପରେ କବାଟ ବନ୍ଦ କରି ରଖି ୨ ଦିନ ଧରି ୬ ଜଣ ଦୁଷ୍କର୍ମ କରିଥିଲେ । ମନଶାନ୍ତି ହେବା ପରେ ଛାତ୍ରୀଙ୍କୁ ନେଇ ଚକ୍ରଧରପୁର ଜଙ୍ଗଲରେ ଫୋପାଡି ଦେଇ ଫେରାର ହୋଇଯାଇଥିଲେ । ସ୍ଥାନୀୟ ଲୋକ ଛାତ୍ରୀକୁ ଉଦ୍ଧାର କରି ଚକ୍ରଧରପୁର ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ତାଙ୍କୁ ରାଉରକେଲା ପଠାଇବା ପରେ ଘରେ ପହଁଞ୍ଚି ଥିଲେ । ଘରେ ସବୁ କହିବା ପରେ ପିଡିତାଙ୍କ ଭାଇ ରାଉରକେଲା ଥାନାରେ ପୁଣି ଏକ ଅଭିଯୋଗ କରିଛନ୍ତିି ।