ବ୍ରହ୍ମପୁର (ଏଟିଆର ବ୍ୟୁରୋ) : ଗଂଜାମରେ ପୁଣି ଏନକାଉଣ୍ଟର । ଏଥର ପୁଲିସ ଗୁଳିରେ ଆହତ ହୋଇଛନ୍ତି ଦୁଇଜଣ ଦୁର୍ଦ୍ଦାନ୍ତ ଅପରାଧି । କାହ୍ନୁ ଜେନା ଓ ସୁନୀଲ ଜେନା ନାମକ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର କରିଛି ପୁଲିସ । ଆସ୍କା ପୁଲିସ ଏହି ଏନକାଉଣ୍ଟର କରିଥିବା ଜଣାପଡିଛି । ଉଭୟଙ୍କ ଗୋଡରେ ଗୁଳି ବାଜିଥିବା ବେଳେ ଗୁଳି ବିନିମୟରେ ଆସ୍କା ଥାନା ଅଧିକାରୀ ଓ ଜଣେ ଏଏସଆଇ ଆହତ ହୋଇଛନ୍ତି । ସମସ୍ତେ ଆସ୍କା ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଏମାନଙ୍କ ନିକଟରୁ ନଗଦ ଟଙ୍କା, ୨ଟି ପିସ୍ତଲ, ୫ଟି ଗୁଳି ଓ ବାଇକ ଜବତ କରିଛି ପୁଲିସ ।
ସୂଚନାଯୋଗ୍ୟ, ଗଂଜାମକୁ ଅପରାଧମୁକ୍ତ କରିବା ପାଇଁ ଜୋରସୋର ପ୍ରୟାସ ଜାରୀ ରଖିଛି ପୁଲିସ । ବର୍ତ୍ତମାନର ଦକ୍ଷିଣାଞ୍ଚଳ ଡିଆଇଜି ଥିବା ଆଶିଷ ସିଂ ଏସପି ଥିବା ସମୟରୁ ହିଁ ଏହି ଅଭିଯାନ ଚାଲୁ ରହିଛି । ଲଗାତର ଭାବେ ଅପରାଧୀମାନଙ୍କୁ ଟାର୍ଗେଟ କରୁଛି ପୁଲିସ । ଅପରାଧୀଙ୍କୁ ଦମନ କରିବା ପାଇଁ ଏନକାଉଣ୍ଟର କରାଯାଉଛି । ବିଗତ ଦିନରେ ଅନେକ ଏନକାଉଣ୍ଟର ହୋଇଥିବା ବେଳେ ୨୦୧୯ ନୁଆବର୍ଷର ପ୍ରଥମ ଏନକାଉଣ୍ଟର କରିଛି ଗଂଜାମ ପୁଲିସ ।