କେନ୍ଦ୍ରାପଡା (ଏଟିଆର ବ୍ୟୁରୋ); ଚଳିତ ବର୍ଷ ପକ୍ଷୀ ଗଣନାରେ ଭିତରକନିକାରେ ପକ୍ଷୀଙ୍କ ସଂଖ୍ୟା କମିଛି । ଏବର୍ଷ ଭିତରକନିକାକୁ ୭୪ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ପକ୍ଷୀଙ୍କ ସଂଖ୍ୟା ରହିଛି ୧ ଲକ୍ଷ ୯ ହଜାର ୫୯ । ତେବେ ଗତବର୍ଷ ଏଠାକୁ ୮୩ ପ୍ରଜାତିର ପକ୍ଷୀ ଆସିଥିବା ବେଳେ ପକ୍ଷୀଙ୍କ ସଂଖ୍ୟା ଥିଲା ୧ ଲକ୍ଷ ୧୨ ହଜାର ୯୩୭ । ଗତବର୍ଷ ଅପେକ୍ଷା ଚଳିତ ବର୍ଷ ୩୮୭୮ଟି ପକ୍ଷୀ କମିଯାଇଥିବା ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ।
ସେପଟେ ପକ୍ଷୀ ଗଣନା ପାଇଁ ଭିତରକନିକା ଭିତରକୁ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି । ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଭିତରକନିକା । ଆସନ୍ତା ୯ ତାରିଖରୁ କୁମ୍ଭୀର ଏବଂ ଡଲଫିନ ଗଣନା କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି । ଚଳିତ ବର୍ଷ ପକ୍ଷୀ ଗଣନାରେ ନନ୍ଦନକନନ,ହିରାକୁଦ ଏବଂ ଚିଲିକାରେ ସରିଯାଇଛି । ଏ ବର୍ଷ ଚିଲିକାରେ ସର୍ବାଧିକ ପକ୍ଷୀଙ୍କ ସଂଖ୍ୟା ରହିଛି ।ଚିଲିକାରେ ପକ୍ଷୀଙ୍କ ସଂଖ୍ୟା ୧୦ ବର୍ଷର ରେକର୍ଡ ଭାଙ୍ଗଥିବା ଜଣା ପଡିଛି ।