ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଦୁନିଆରେ ଅନେକ ଲୋକ ଅଛନ୍ତି ଯେଉଁମାନେ ଚା’ ପ୍ରେମୀ । ଚା’ ପିଇବା ପାଇଁ ସେମାନଙ୍କର କୌଣସି ସମୟ ନଥାଏ । ସେ ଘର ହେଉ ଅବା ଅଫିସ୍ । ଏହାସହ ଉପବାସରେ ବି ଚା’ ପିଇବା ଛାଡିନଥାନ୍ତି । ଚା’ ପିଇବା ଦ୍ୱାରା ଶରୀରରେ ଭିଟାମିନ୍ସ ବହୁତ ଶୀଘ୍ର ଶେଷ ହୋଇଯାଇଥାଏ । ସ୍ମରଣଶକ୍ତି ମଧ୍ୟ ଦୁର୍ବଳ ହୋଇଯାଏ । ତେବେ ଆସନ୍ତୁ ଜାଣିବା ଚା’ ପିଇବାର ଖରାପ ପ୍ରଭାବ..
- ଖୀର ଚା’ ପିଇବା ଦ୍ୱାରା ପାଚନ କ୍ରିୟାରେ ବହୁତ ଖରାପ ପ୍ରଭାବ ପକାଇ ଥାଏ । ଯଦି ଆପଣ ଏହାସହିତ କିଛି ନମକିନ୍ ଜିନିଷ ଖାଉଛନ୍ତି ତେବେ ଏହା ଅଧିକ ଖରାପ ହୋଇଥାଏ । ଏହାଦ୍ୱାରା ଚର୍ମରୋଗ ହୋଇଥାଏ ।
- ଚା’ରେ କ୍ୟାଫିନ୍ ଅଧିକ ମାତ୍ରାରେ ଥାଏ, ଯାହା ରକ୍ତକୁ ଦୂଷିତ କରିବା ସହିତ ଶରୀରକୁ ଦୁର୍ବଳ କରିଦିଏ ।
- ଯେଉଁ ବ୍ୟକ୍ତି ଅଧିକ ମାତ୍ରାରେ ଚା’ ପିଉଥାନ୍ତି ସେମାନଙ୍କର ଅନ୍ତ ବହୁତ ଶୀଘ୍ର ଖରାପ ହୋଇଯାଏ । ଏହାବ୍ୟତିତ ରକ୍ତ ଦୂଷିତ ହୋଇଯାଇ ତ୍ୱଚା ଲାଲ ପଡିଯାଏ ।
- ଚା’ ପିଇବା ଦ୍ୱାରା କର୍କଟ ରୋଗ ହେବାର ସମ୍ଭାବନା ମଧ୍ୟ ଅଧିକ ଥାଏ ।
- ଥର୍ମୋପ୍ଲାସରେ ଅଧିକ ସମୟ ପର୍ଯ୍ୟନ୍ତ ଥିବା ଚା’ ବିଲକୁଲ ସେବନ କରନ୍ତୁ ନାହିଁ ।
- ଚା’ପତିକୁ କମ୍ ସମୟ ଫୁଟାନ୍ତୁ । ଗୋଟେ ଥରେ ବ୍ୟବହାର ହୋଇଥିବା ଚା’ପତିକୁ ଦ୍ୱିତୀୟ ଥର ବ୍ୟବହାର କରନ୍ତୁ ନାହିଁ ।
- ଚା’ ପିଇବା ଦ୍ୱାରା ଭୋକ ମରିଯିବା ସହ ମସ୍ତିସ୍କ ଶୁଖିଯାଇଥାଏ । ଏହାସହିତ ନିଦ ମଧ୍ୟ କମ ହୁଏ ।