ଭୁବନେଶ୍ୱର (ଏଟିଆର ବ୍ୟୁରୋ):ଓଷ୍ଟିୟୋପୋରୋସିସ ସମସ୍ୟା ପୁରୁଷଙ୍କ ଅପେକ୍ଷା ମହିଳାଙ୍କଠାରେ ଅଧିକ ଦେଖାଦେଇଥାଏ । ଏହି ଓଷ୍ଟିୟୋପୋରୋସିସ ହାଡର ଏକ ରୋଗ ଯାହାଦ୍ୱାରା ଶରୀରରେ ଫ୍ରାକଚର ର ରିସ୍କ ବଢିଯାଇଥାଏ । ୫୦ ବର୍ଷ ବୟସ ପରେ ପ୍ରତ୍ୟେକ ତିନିଜଣ ମହିଳାଙ୍କ ମଧ୍ୟରୁ ଜଣଙ୍କଠାରେ ଏହି ସମସ୍ୟା ଦେଖାଯାଇଥାଏ ।
କାରଣ:
– କ୍ୟାଲସିୟମ କମ
– ବ୍ୟାୟମ ନକରିବା
– ସଫ୍ଟ ଡ୍ରିଙ୍କ ପିଇବା
– ଅଧିକ ଲୁଣ ଖାଇବା
– ଆନୁବଂଶିକ
– ଭିଟାମିନ୍ ଡି ଅଭାବରୁ ବଢିଯାଇଥାଏ ଫ୍ରାକଚର ସମସ୍ୟା
– ମଦ୍ୟପାନ ଏବଂ ଧୂମପାନ ସେବନ
– ମଧୁମେୟ ଏବଂ ଥାଇରଏଡ
– ଖୁବ୍ ଶୀଘ୍ର ପିରିୟଡସ୍ ସରିଯିବା
ଓଷ୍ଟିଓପୋରୋସିସ ଲକ୍ଷଣ:
– ହାତ ଦରଜ ହେବା, ଥକିଯିବା,ହାଡ ଏବଂ ଶରୀର ବାରମ୍ବାର ଦରଜ ହେବା ।
ଓଷ୍ଟିଓପୋରୋସିସର ଘରୋଇ ଉପଚାର:
– ନଡିଆ ତେଲ ସେବନ ହାଡର ଘନତ୍ୱକୁ ବଢାଇଥାଏ । ଏହାଦ୍ୱାରା ଶରୀରରେ ଏଷ୍ଟ୍ରୋଜନର ଅଭାବକୁ ପୂରଣ କରିଥାଏ । ଏଭଳି କରିବା ଦ୍ୱାରା ଆପଣ ଏହି ରୋଗରୁ ରକ୍ଷା ପାଇ ପାରିବେ । ସେଥିପାଇଁ ନଡିଆ ତେଲକୁ ଆପଣଙ୍କ ଡାଇଟରେ ନିଶ୍ଚିତ ରୂପେ ସାମିଲ କରନ୍ତୁ ।
– କ୍ୟାଲସିୟମରେ ଭରପୁର ବାଦାମ ଖୀର ସେବନ ଶରୀରରେ ଏହାର ଅଭାବକୁ ପୂରଣ କରିଥାଏ । ଏହାବ୍ୟତୀତ ବାଦାମ ଖୀରରେ ହାଡ ପାଇଁ ଜରୁରୀ ତତ୍ୱ ଯେପରିକି ମ୍ୟାଗ୍ନେସିଅମ,ମାଙ୍ଗାନିଜ ଏବଂ ପୋଟାସୟମ ମଧ୍ୟ ସାମିଲ ଥାଏ । ସେଥିପାଇଁ ନିୟମତି ଗୋଟେ ଗ୍ଲାସ ବାଦାମ ଖୀର ପିଅନ୍ତୁ ।
– ମାଛ ତେଲରେ ଓମେଗା-୩ ଫ୍ୟାଟି ଏସିଡ, କ୍ୟାଲସିୟମ ତଥା ଭିଟାମିନ-ଡି ଥାଏ । ଯାହା ହାଡକୁ ମଜବୁତ କରିବାରେ ସହାୟତା କରିଥାଏ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024