ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନଭେମ୍ବର ୧୪ ବିଶ୍ୱ ମଧୁମେୟ ଦିବସ । ଆଜିକା ସମୟରେ ବିଶ୍ୱରେ ମଧୁମେୟ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏଥିରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତ । ମଧୁମେୟ ରୋଗ ଏକ ଏପରି ରୋଗ , ଯେଉଁ ରୋଗ ହେବା ମାତ୍ରେ ଏହା ବ୍ୟକ୍ତିଙ୍କ ଶରୀରକୁ ଧୀରେ ଧୀରେ କରି ନଷ୍ଟ କରିଦେଇଥାଏ । ମଧୁମେୟ ରୋଗ ଦୁର୍ବଳ ମେଟାପୋଲିଜିମ କାରଣରୁ ହୋଇଥାଏ ଏହି କାରଣରୁ ଶରୀରରେ ସଠିକ ପରିମାରରେ ଇନସ୍ୟୁଲିନ ତିଆରି ହୋଇପାରିନଥାଏ । ଏହି ରୋଗ ଯେ କେବଳ ବୟସ୍କ ଲୋକମାନଙ୍କୁ ହୋଇଥାଏ ତାହା ନୁହେଁ, ଏହି ରୋଗ ଏବେ ଛୋଟ ଠାରୁ ବଡ ସମସ୍ତଙ୍କ ପାଖରେ ହେଉଥିବାର ଦେଖିବାକୁ ମିଳୁଛି । ଯଦି ଏବେଠାରୁ ଏଥିପାଇଁ ସଚେତନ ନକରାଯାଉଛି ତେବେ ଏହା ୨୦୩୦ ବେଳକୁ ଭୟାନକ ମହାମାରୀର ରୂପ ନେବ । ତେଣୁ ଏହି ରୋଗର ଲକ୍ଷଣ ଦେଖବା ମାତ୍ରେ ଏହାର ପ୍ରତିକାର କରିନେବା ଆବଶ୍ୟକ ।
ତେବେ ଆସନ୍ତୁ ଜାଣିବା ଏହି ମଧୁମେୟ ରୋଗର ଲକ୍ଷଣଗୁଡିକ କଣ :-
– ବାରମ୍ବାର ଭୋକ ଓ ଶୋଷ ଲାଗିବା
– ବାରମ୍ବାର ପରିସ୍ରା ଯିବା
– ମୁଣ୍ଟବିନ୍ଧା ହେବା
– ଓଜନ କମିଯିବା
– ଦୃଷ୍ଟିଶକ୍ତି କମିବା
– ପେଟ ଜନିତ ସମସ୍ୟା ହେବା
– ହାଲିଆ ହୋଇଯିବା
– ଅଧିକ ଯିବା ଆସିବା କରିବାରେ କଷ୍ଟ ଅନୁଭବ କରିବା
ମଧୁମେୟ ରୋଗ ତିନି ପ୍ରକାରର ଅଟେ । ଟାଇପ-୧, ଟାଇପ-୨, ଟାଇପ-୩ ସି । ମଧୁମେୟ ରୋଗ ହେଲେ ଶରୀର ଦୁର୍ବଳ ହେବା ସହ ସଠିକ ପରିମାଣର ନିଦ ହୋଇନଥାଏ । ଏହି ରୋଗର ବ୍ୟକ୍ତିମାନଙ୍କର କିଛି ସ୍ୱତନ୍ତ୍ର ଧ୍ୟନ ଦେବା ଆବଶ୍ୟକ । ଟାଇପ-୨ ମଧୁମେୟ ରୋଗୀର ମହିଳାମାନେ ୧୨୦୦ରୁ ୧୮୦୦ ଓ ପୁରୁଷମାନେ ୧୪୦୦ରୁ ୨୦୦୦ ପର୍ଯ୍ୟନ୍ତ କ୍ୟାଲେରି ପ୍ରତିଦିନ ଖାଇବା ଦରକାର । ଫାଇବର ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଏହା ଆପଣଙ୍କର ଓଜନ ନିୟନ୍ତ୍ରଣରେ ସାହାର୍ଯ୍ୟ କରିବା ସହ ହଜମ ପ୍ରକ୍ରିୟାରେ ମଧ୍ୟ ସାହାର୍ଯ୍ୟ କରିଥାଏ ।
ମଧୁମେୟ ରୋଗୀ ମାନେ ଅଳ୍ପଅଳ୍ପ ସମୟରେ କିଛି କିଛି ଖାଇବା ଆବଶ୍ୟକ । ଏକାଥରକେ ବହୁତ ଖାଦ୍ୟ ଖାଇବା ଦ୍ୱାରା ରକ୍ତ ଚାର ସ୍ତର ବଢିଯାଇପାରେ । ମଧୁମେୟ ରୋଗୀମାନେ ଅଧିକ ପରିମାଣରେ ପାଣି ପିଇବା ଦରକାର । ପାଣି ଅଧିକ ପିଇବା ଫଳରେ ସେମାନଙ୍କ ଶରୀରରେ ସୁଗାର ପରିସ୍ରା ବାଟେ ବାହାରି ଯାଏ ଯାହା ମଧୁମେୟ ରୋଗକୁ କନଟ୍ରୋଲ କରିବାରେ ସାହାର୍ଯ୍ୟ କରିଥାଏ
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024