ରାଉରକେଲା,(ଏଟିଆର ବ୍ୟୁରୋ): ରାଉରକେଲା ଅଞ୍ଚଳରେ ଘଟିଛି ଏକ ଅଭାନୀୟ ଘଟଣା । ଆଦିବାସୀ ନେତାଙ୍କ ଘରେ ନିଆଁ ଲଗାଇଲେ ଦୁର୍ବୃତ୍ତ । ବିଶ୍ୱାସ ହେଉନଥିଲେ ବି ମଙ୍ଗଳବାର ରାତିରେ ଏଭଳି ଘଟଣା ଘଟିଛି ଝିରପାଲି ଅଞ୍ଚଳରେ । ଶୀତଦିନ ଯୋଗୁ ସମସ୍ତେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ଘରର ବାହାରପଟୁ କବାଟ ବନ୍ଦ କରି ନିଆଁ ଲଗାଇ ଦେଇଥିବା ସୂଚନା ମିଳିଛି ।
କ୍ଷତିଗସ୍ତ ହୋଇଥିବା ଆଦିବାସୀ ନେତା ଜଣଙ୍କ ହେଉଛନ୍ତି ଚକ୍ରଧର ମହନ୍ତ । ତେବେ ଏହି ଅଘଟଣରେ ଚକ୍ରଧରଙ୍କର ଥିବା ୪ଟି ବାଇକ ପୋଡି ପାଉଁସ ହୋଇଯାଇଛି । ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପୂରା ଘଟଣାର ଖୋଳତାଡ ଆରମ୍ଭ କରିଛି । ହେଲେ ଏଯାବତ୍ ଦୁର୍ବୃତ୍ତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ପୂର୍ବ ଶ୍ରତୁତାକୁୁ ନେଇ ଦୁର୍ବୃତ୍ତମାନେ ଏଭଳି କରିଥିବା ପୁଲିସ ଅନୁମାନ କରୁଥିବା ବେଳେ କେଉଁମାନଙ୍କ ସହ ଚକ୍ରଧରଙ୍କ ମନମାଳିନ୍ୟ ଥିଲା ତାହାର ଚିଠା ସଂଗ୍ରହ କରୁଛି ପୁଲିସ । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବା ନେଇ ପୁଲିସ ସୂଚନା ଦେଇଛି । ସେପଟେ ଏହି ଘଟଣାକୁ ନେଇ ଚକ୍ରଧରଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।