ମୁମ୍ବାଇ (ଏଟିଆର ବ୍ୟୁରୋ): ପୂର୍ବତନ ପ୍ରଧାନମନ୍ତ୍ରୀ ଡାଃ ମନମୋହନ ସିଂହଙ୍କ କାର୍ଯ୍ୟକାଳ ଉପରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ‘ଦି ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟର’ ର ଟ୍ରେଲରକୁ ନେଇ ଉଠିଥିବା ବିବାଦ ପରେ ଏବେ ସେନ୍ସର ବୋର୍ଡ ରେ ଆଉ ଏକ ବିବାଦ ମୁଣ୍ଡ ଟେକିଛି । ପ୍ରକୃତରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହାଙ୍କ ଉପରେ ଫିଲ୍ମ ପ୍ରସ୍ତୁତ କରିବେ ବୋଲି ନିର୍ଦ୍ଦେଶକ ଶୈଳେନ୍ଦ୍ର ପାଣ୍ଡେ ସେନ୍ସର ବୋର୍ଡକୁ ଚିଠି ଲେଖି ଅନୁମତି ମାଗିଛନ୍ତି ।
ଏହାପୂର୍ବରୁ ଶୈଳେନ୍ଦ୍ର ପାଣ୍ଡେ ଚର୍ଚ୍ଚିତ ସାମ୍ବାଦିକ ତରୁଣ ତେଜପାଲଙ୍କ ଉପରେ ଏକ ଫିଲ୍ମ ନିର୍ମାଣ କରି ସାରିଛନ୍ତି । ପାଣ୍ଡେ ସେନ୍ସର ବୋର୍ଡକୁ ଚିଠିରେ ଲେଖିଛନ୍ତି କି, ସେ ଅମିତ୍ ଶାହାଙ୍କ ଜୀବନ ସହ ଜଡିତ ପ୍ରସଙ୍ଗ ଉପରେ ଫିଲ୍ମ ନିର୍ମାଣ କରିବାକୁ ଚାହୁଁଛନ୍ତି । ସେଥିପାଇଁ କ’ଣ ଅମିତ୍ ଶାହାଙ୍କ ଅନୁମତି ଆବଶ୍ୟକ ବୋଲି ସେନ୍ସର ବୋର୍ଡକୁ ପ୍ରଶ୍ନ କରିଛନ୍ତି ।
ପାଣ୍ଡେ ହାଅୁରୀ ମଧ୍ୟ କହିଛନ୍ତି କି ଫିଲ୍ମ ପ୍ରସ୍ତୁତ କରିବା ପାଇଁ ଢେର ଟଙ୍କା ଲାଗିଥାଏ ଏବଂ ସେ ପରେ ବିବାଦରେ ପଡିବାକୁ ଚାହୁଁ ନାହାଁନ୍ତି । ସେଥିପାଇଁ ଯଦି ସେନ୍ସର ବୋର୍ଡ ଏହାର ଅନୁମତି ଦେଇଦିଅନ୍ତି ତେବେ ସେ ଖୁବ୍ ଶୀଘ୍ର ଫିଲ୍ମ ତିଆର କରିବା ଆରମ୍ଭ କରିଦେବେ ।