କଟକ(ଏଟିଆର ବ୍ୟୁରୋ):ନଆସଡ଼କ ଆଇ.ଆଇ.ଏଫ.ଏଲ ଲୁଟ ଘଟଣାରେ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।ଏହି ଦୁଇ ଅଭିଯୁକ୍ତ ହେଉଛନ୍ତି ଦେବାଶିଷ ହାଜରା ଓ ନୀଳମଣି ସାହୁ । ଦୁଇ ଅଭିଯୁୂକ୍ତ ଅତି ଚତୁରତାର ସହ ବ୍ୟାଙ୍କରୁ ଟଙ୍କା ଚୋରି କରିବା ସହ ରୁଣ କାରବାରରେ ମଧ୍ୟ ସଂମ୍ପୂକ୍ତ ଥିଲେ । ପୋଲିସ ଦୁଇ ଅଭିଯୁକ୍ତ ଙ୍କୁ ଗିରଫ କରିବା ପରେ ତାଙ୍କୁ କୋର୍ଟ ଚାଲଣା କରାଯାଇଛି ।
ଗିରଫ ହୋଇଥିବା ଦୁଇ ଅଭିଯୁକ୍ତଙ୍କୁ ମିଶାଇ ଗିରଫ ସଂଖ୍ୟା ୧୨ ରେ ପହଞ୍ଚିଛି । ଏହି ପୁରା ଘଟଣାର ମାଷ୍ଟରମାଇଣ୍ଡ ଲାଲା ଅମ୍ରିତ ରାୟକୁ ଗିରôଫ କରିଛି ପୋଲିସ । ବର୍ତ୍ତମାନ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ଠାରୁ ୧୦ କିଲୋର ସୁନା ଜବତ କରାଯାଇଥିବା ବେଳେ ୭ ଲକ୍ଷ ଟଙ୍କା , ତିନୋଟି କାର, ତିନୋଟି ମଟର ସାଇକେଲ ଜବତ କରିଛି ପୋଲିସ ।
ଲୁଟ ହୋଇଥିବାର ୬ ଦିନ ରେ ଏହି ଘଟଣାର ପର୍ଦ୍ଦାଫାସ କରିଛି ପୋଲିସ । କଟକ ଡ଼ିସିପିଙ୍କ ନେତୃତ୍ୱରେ ଏହାର ତଦନ୍ତ ଆରମ୍ଭ କରାଯାଇଥିଲା ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ବ୍ୟାଙ୍କ ଲୁଟର ମୁଖ୍ୟ ସୂତ୍ରଧାର ହେଉଛନ୍ତି ସେହି ବ୍ୟାଙ୍କର କର୍ମଚାରୀ ଲାଲା ଅମ୍ରିତ ରାୟ ।ଲାଲା ଓ ରଞ୍ଚନ ହେଉଛନ୍ତି ଦୁହେଁ ପିଲାବେଳର ସାଙ୍ଗ । ଦୁହେଁ ମିଳିତ ଭାବେ ଏହି ପ୍ଲାନ କରି ଲୁଟ କରିଥିବା କଥା ଜଣାପଡ଼ିଛି ।