ବାଲିଗୁଡା (ଏଟିଆର ବ୍ୟୁରୋ): ପୁଣି ଆଉ ଏକ ଲଜ୍ୟାକର ଘଟଣା । ଯାହ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଖେଳି ବୁଲି ପାଠ ପଢିବା ବୟସରେ ସନ୍ତାନ ଜନ୍ମ ଦେଲେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ । ସିଧା କହିବାକୁ ଗଲେ ମା’ ହୋଇଛନ୍ତି ଅଷ୍ଟମ ଶ୍ରେଣୀ ଛାତ୍ରୀ । ଘଟଣାଟି ନଜରକୁ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳରେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ଏହାସହିତ ଅଭିଯୁକ୍ତ ଜଣକ କିଏ ଏବଂ ତା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକ ୫୯ ନମ୍ବର ଜାତୀୟ ରାଜପଥ ଉପରେ ଟାୟର ଜାଳି ରାସ୍ତା ଅବରୋଧ କରିଛନ୍ତି ।
ଏହି ଘଟଣାକୁ ନେଇ ବାଲିଗୁଡା, ଦାରିଙ୍ଗବାଡି, ବ୍ରହ୍ମପୁର ଏବଂ ସୋରଡାକୁ ସମ୍ପୂର୍ଣ୍ଣ ଜାତାୟତ ବନ୍ଦ ରହିଛି । ଲୋକେ ରାସ୍ତା ଉପରେ ଟାୟାର ଜାଳି ବିକ୍ଷୋଭ କରୁଛନ୍ତି । ଘଟଣାରେ ପୋଲିସ୍ ମୁତୟନ ରହି ପରିସ୍ଥିତିକୁ ନିୟନ୍ତ୍ରଣ କରୁଛି । ସେପଟେ ଏହି ମାମଲାରେ ସ୍କୁଲ ପ୍ରଧାନ ଶିକ୍ଷୟତୀଙ୍କୁ ଅଟକ ରଖି ପଚରା ଉଚରା କରାଯାଉଛି ।