ନୀଳଗିରି (ଏଟିଆର ବ୍ୟୁରୋ); ରୋଗୀଙ୍କ ସେବା ପାଇଁ ରାଜ୍ୟ ସରକାର କରିଥିବା ଆମ୍ବୁଲାନ୍ସ ଠିକଣା ସମୟରେ ପହଁଞ୍ଚି ପାରିଲା ନାହିଁ । ଚାଲିଗଲା ପ୍ରସୂତୀ ମହିଳାଙ୍କ ଜୀବନ । ମୃତକ ମହିଳା ହେଲେ ବାସନ୍ତୀ ନାୟକ(୨୫) । ତାଙ୍କ ଘର ବାଲେଶ୍ୱର ଜିଲ୍ଳା ନୀଳଗିରି ଥାନା ଅନ୍ତର୍ଗତ କାଂଶ ଗ୍ରାମରେ । ଆମ୍ବୁଲାନ୍ସ ବିଳମ୍ବ ପାଇଁ ମହିଳାଙ୍କ ଜୀବନ ଯାଇଥିବାରୁ ସ୍ଥାନୀୟ ଲୋକ ମେଡିକାଲରେ ହୋହାଲ୍ଲା କରିବା ସହ ଉତ୍ତେଜନା ସୃଷ୍ଟି କରିଥିଲେ । ପୋଲିସ ଖବର ପାଇବା ପରେ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ମୃତ ଦେହକୁ ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ସୂଚନା ଅନୁଯାୟୀ ଶନିବାର ରାତି ୮ଟା ସମୟରେ କାଂଶ ଗ୍ରାମର ସଂଜୟ ନାୟକଙ୍କ ସ୍ତ୍ରୀ ବାସନ୍ତୀଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା । ଫଳରେ ପରିବାର ଲୋକ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ । ତେବେ ରାତି ୧୨ଟା ହୋଇଯାଇଥିଲେ ସୁଦ୍ଧା ଆମ୍ବୁଲାନ୍ସ ପହଁଞ୍ଚି ପାରି ନଥିଲା । ଏଣୁ ବାଧ୍ୟ ହୋଇ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ପୋନ କରିଥଲେ । ୧୦୮ ଆମ୍ବୁଲାନ୍ସ ରାତି ୧୨.୪୫ରେ ପହଁଞ୍ଚି ଥିଲା । ଏବଂ ରୋଗୀଙ୍କୁ ନେଇ ମେଡିକାଲ ନେଇଥିଲା । ତେବେ ବିଳମ୍ବ ହେବାରୁ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇ ବାସନ୍ତୀ ମୃତ୍ୟୁ ବରଣ କରିଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି ।
ରୋଗୀଙ୍କ ସେବା ପାଇଁ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଆମ୍ବୁଲାନ୍ସ ଯୋଜନା କରି ବାଃ ବାଃ ନେଉଛନ୍ତି । ମାତ୍ର ଏହା ରୋଗୀଙ୍କ ପାକରେ ପହଁଞ୍ଚି ପାରୁନଥିବା ବାରମ୍ବାର ନଜକରୁ ଆସିଛି । କେଉଁଠି ବିଳମ୍ବରେ ପହଁଞ୍ଚୁଛି ତ ଆଛ କେଉଁ ଜାଗାରେ ପହଁଞ୍ଚି ପାରୁନାହିଁ । ଏଣୁ ଚାଲି ଯାଉଛି ରୋଗୀଙ୍କ ଜୀବନ । ତେବେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ଯୋଜନା ପାଣିରେ ପଡୁଛି । ଏବଂ ଏହା ଲୋକ ଦେଖାଣିଆଁ ବୋଲି ଚର୍ଚ୍ଚା ହେଉଛି ।