ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ମାନ୍ୟତା ଅନୁଯାୟୀ ଭଗବାନ୍ ହିଁ ଯୋଡି ତିଆରି କରିଥାନ୍ତି । ଧରାପୃଷ୍ଠରେ କେବଳ ରୀତି ନୀତି କରାଯାଇଥାଏ । ତାପରେ ବି ବେଳେ ବେଳେ ବାହାଘର ହେବାରେ ଅନେକ ସମସ୍ୟା ଉପୁଜିବା ସହ ଡେରି ହୋଇଥାଏ । ସେଥିପାଇଁ ଅନେକ ବ୍ୟକ୍ତି ଚିନ୍ତିତ ରହିବା ସହିତ ଅନେକ ଉପାୟମାନ ଆପଣାଇ ଥାନ୍ତି । ତେବେ ଆଜି ଆମେ ଆପଣଙ୍କୁ କିଛି ବାସ୍ତୁ ଟିପ୍ସ ବିଷୟରେ କହିବାକୁ ଯାଉଛୁ । ଯାହାକୁ ଅବଲମ୍ବନ କରିବା ଦ୍ୱାରା ବାହାଘରରେ କୌଣସି ଅସୁବିଧା ରହିବ ନାହିଁ ।
ବାସ୍ତୁ ଟିପ୍ସ:
- ବେଳେ ବେଳେ ଜାତକାରେ ମଙ୍ଗଳ ଦୋଷ ଥିବା ହେତୁ ବାହାଘରରେ ବିଳମ୍ବ ହୋଇଥାଏ । ବାସ୍ତୁଶାସ୍ତ୍ର ଅନୁଯାୟୀ ଏହାଦ୍ୱାରା ଜାତକରେ ମଙ୍ଗଳ ଦଶା ମଜବୁତ ରହିଥାଏ ।
- ବାସ୍ତୁଶାସ୍ତ୍ରରେ ଲିଖିତ ଅଛି କି ବିବାହ ଯୋଗ୍ୟ ବ୍ୟକ୍ତି ତାଙ୍କ ଶୋଇବା ଘରେ କୌଣସି ଖାଲି ବାସନ ବନ୍ଦ କରି ରଖିବା ଉଚିତ୍ ନୁହେଁ । ଏହାସହିତ ରୁମ୍ ରେ କୌଣସି ଓଜନିଆ ବସ୍ତୁ ରଖନ୍ତୁ ନାହିଁ । ନଚେତ୍ ବାହାଘରରେ ବିଳମ୍ବ ହୋଇଥାଏ ।
- ବିବାହ ଯୋଗ୍ୟ ଯୁବକ ଏବଂ ଯୁବତୀ ତାଙ୍କ ଶୋଇବା ଖଟ ତଳେ ଲୁହା ଜିନିଷ ରଖିବା ଉଚିତ୍ ନୁହେଁ । ଖଟ ତଳ ସର୍ବଦା ସଫା ସୁତରା ରଖନ୍ତୁ ।
- ବାହାଘର ପାଇଁ ସାକ୍ଷାତ କରିବା ସମୟରେ ଯୁବକ ଏବଂ ଯୁବତୀ ଦକ୍ଷିଣ ଦିଗକୁ ମୁହଁ କରିି ବସିବା ଉଚିତ୍ ନୁହେଁ । ଦକ୍ଷିଣ କୋଣ ମଙ୍ଗଳ କାର୍ଯ୍ୟ ପାଇଁ ଅଶୁଭ ହୋଇଥାଏ ।