ଅନୁଗୋଳ (ଏଟିଆର ବ୍ୟୁରୋ); ଦନ୍ତା ହାତୀ ନେଉଛି ମଣିଷ ଜୀବନ । ଗତ ଦୁଇ ବର୍ଷ ମଧ୍ୟରେ ନିଦ୍ଧିଷ୍ଟ ହାତୀଟି ୧୨ ଜୀବନ ନେଇଥିବା ଅଭିଯୋଗ ହୋଇଛି । ହାତୀ ଆତଙ୍କରେ ଭୟଭିତ ଅବସ୍ଥାରେ ଅଛନ୍ତି ଜନସାଧାରଣ । ତେବେ ଏହି ନିଦ୍ଧିଷ୍ଟ ହାତୀଟି ସମ୍ବଲପୁର ରେଢ଼ାଖୋଲ ଏବଂ ଦେବଗଡ ଜିଲ୍ଳାରେ ମଧ୍ୟ ମଣିଷ ମାରୁଥିବା ଅଭିଯୋଗ କରାଯାଇଛି । ତେବେ ଏହି ଅଭିଯୋଗ ବନ ବିଭାଗ ପାକରେ ପହଁଞ୍ଚିବା ପରେ ବନ ବିଭାଗ କର୍ମଚାରୀମାନେ ଦନ୍ତା ହାତୀକୁ କାବୁ କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।
ହାତୀଟି ଗାଁକୁ ପଶି ଆସି ଫସଲ ନଷ୍ଟ କରିବା ସହ ଘର ଦ୍ୱାର ଭାଙ୍ଗି ଲୋକଙ୍କ ଉପରକୁ ଆକ୍ରମଣ କରୁଥିବା ଜଣାପଡିଛି । ଏବେ ଏହି ହାତୀଟି ଅନୁଗୋଳ ଜିଲ୍ଲାରେ ମାତିଛି ବୋଲି ସ୍ଥାନୀୟ ଲୋକ ଅଭିଯୋଗ ଆଣିଛନ୍ତି । ସଂନ୍ଧ୍ୟା ହେଲେ ଲୋକମାନେ ହାତୀ ଭୟରେ ତାଟି କବାଟ ବନ୍ଦ କରି ରହୁଥିବା ଦେଖିବାକୁ ମିଳୁଛି । ତେବେ ଏହି ହାତି ଦୁଇ ବର୍ଷରେ ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଓ କଣିହାଁ ବ୍ଲକରେ ୧୨ ଜଣକୁ ଏହି ଦନ୍ତା ହାତୀ ମରିଥିବା ଅଭଯୋଗ ହୋଇଛି । ବିଶେଷ କରି ଚେଣ୍ଡିପଦା, ଦୁର୍ଗାପୁର, ପୁରୁଣାଗଡ ଏହି ତିନୋଟି ରେଞ୍ଜରେ ହାତୀ ୯ ଜଣଙ୍କୁ ମାରିସାରିଲାଣି ।