ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରାୟତଃ ଅନେକ ଲୋକ ଘରେ ଲାଫିଙ୍ଗବୁଦ୍ଧ ରଖିଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଘରେ ଲାଫିଙ୍ଗବୁଦ୍ଧ ରଖିବାର ପ୍ରଭାବ । ଲାଫିଙ୍ଗବୁଦ୍ଧ ସହ ଜଡିତ ସାବଧାନତା ବିଷୟରେ ଜାଣିବା ନିହାତି ଜରୁରୀ । କାରଣ ଆପଣ ଯଦି ଭୁଲ୍ ସ୍ଥାନରେ ଲାଫିଙ୍ଗବୁଦ୍ଧ ରଖି ଦେଉଛନ୍ତି ତେବେ ଏହାଦ୍ୱାରା ଅନେକ କ୍ଷତି ହୋଇପାରେ । ଯେପରିକି ଆପଣଙ୍କର ଆର୍ଥିକ ଅନଟନ ଦେଖା ଦେବା, କୌଣସି କାମ ଠିକ୍ ଭାବେ ନହେବା , ଏଭଳି ଅନେକ ସମସ୍ୟା ଉପୁଜି ଥାଏ । ତେବେ ସେଥିପାଇଁ ଆସନ୍ତୁ ଜାଣିବା ଘରର କେଉଁ ସ୍ଥାନରେ ଲାଫିଙ୍ଗବୁଦ୍ଧ ରଖିବା ଉଚିତ୍ ଏବଂ ଉଚିତ୍ ନୁହେଁ ।
- କୁହାଯାଏ ଲାଫିଙ୍ଗବୁଦ୍ଧକୁ ଘରର ଦ୍ୱାର ପାଖରେ ରଖିବା ଉଚିତ୍ । ଯେପରିକି ଘରକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନଜରରେ ଏହି ମୂର୍ତ୍ତି ପଡିପାରିବ । ଏହାସହିତ ଏହି ମୂର୍ତ୍ତିକୁ ୩ଫୁଟ୍ ଉଞ୍ଚରେ ରଖନ୍ତୁ । ଏହାଦ୍ୱାରା ଲାଭ ହେବା ହେବା ସହ ଆୟ ବଢି ଯାଇଥାଏ ।
- ଲାଫିଙ୍ଗବୁଦ୍ଧକୁ ବାଥରୁମ୍,ଡାଇନିଙ୍ଗ ଟେବୁଲ, ଟଏଲେଟ୍, ବେଡରୁମ୍ ଏବଂ ରୋଷେଇ ଘରେ ବିଲକୁଲ୍ ରଖନ୍ତୁ ନାହିଁ ।
- ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲାଫିଙ୍ଗବୁଦ୍ଧମୁ ଚଟଣାରେ କଦାପି ରଖନ୍ତୁ ନାହିଁ । କାରଣ ଏହାଦ୍ୱାରା ସମସ୍ୟା ଉପୁଜିପାରେ । ସେଥିପାଇଁ ଲାଫିଙ୍ଗବୁଦ୍ଧକୁ ପୂଜନୀୟ ସ୍ଥାନରେ ରଖନ୍ତୁ ।