ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ମହିଳାମାନଙ୍କୁ ଦେବୀଙ୍କ ଆକ୍ଷା ଦିଆଯାଇଥାଏ । ଏବଂ ତାଙ୍କୁ ଦେବୀ ଭଳି ମଧ୍ୟ ପୂଜା କରାଯାଇଥାଏ । ଶାସ୍ତ୍ରଅନୁଯାୟୀ ଯେଉଁ ଘରେ ମହିଳାମାନଙ୍କୁ ଆଦର କରାଯାଇଥାଏ, ସେହି ଘରେ କୌଣସି ଅସୁବିଧା ଦେଖାଯାଇନଥାଏ । ଯଦି କୌଣସି ଘରେ ମହିଳାମାନଙ୍କୁ ସମ୍ମାନ ଦିଆଯାଇ ନଥାଏ ବା ଆଦର କରାଯାଏ ନାହିଁ । ସେଠି ସର୍ବଦା ଦାରିଦ୍ର୍ୟତା ଲାଗି ରହିଥାଏ ।
ଶାସ୍ତ୍ରରେ ମହିଳାମାନଙ୍କୁ ନେଇ ଅନେକ ତଥ୍ୟ ବର୍ଣ୍ଣନା କରାଯାଇଛି । ଯେପରି ଯଦି କୌଣସି ମହିଳାଙ୍କ ବିନାଅନୁମତିରେ ତାଙ୍କ ଅଙ୍ଗକୁ କୌଣସି ପର ପୁରୁଷ ସ୍ପର୍ଶ କରୁଛନ୍ତି ତେବେ ତାକୁ ମହାପାପ ବୋଲି କୁହାଯାଇଥାଏ । ସେହିଭଳି ଶାସ୍ତ୍ରରେ ଆଉ ଏକ ତଥ୍ୟ ବର୍ଣ୍ଣନା କରାଯାଇଛି କି ମହିଳାମାନଙ୍କର ଏଭଳି ଏକ ଅଙ୍ଗ ଅଛି ଯାହାକୁ ସ୍ପର୍ଶ କରିବା ଦ୍ୱାରା ପୁରୁଷମାନଙ୍କୁ ପୂଣ୍ୟ ପ୍ରାପ୍ତ ହୋଇଥାଏ ।
ମହିଳାମାନଙ୍କ ସେହି ଅଙ୍ଗ ହେଉଛି ପାଦ, ଯଦି କୌଣସି ପୁରୁଷ ଅଜଣା ମହିଳାଙ୍କର ପାଦ ସ୍ପର୍ଶ କରୁଛନ୍ତି ତେବେ ତାଙ୍କୁ ପୂଣ୍ୟ ପ୍ରାପ୍ତ ହୋଇଥାଏ । ଏଭଳି ମହିଳାଙ୍କ ପାଦ ସ୍ପର୍ଶ କରିବା ଆଦର କରିବା ସମାନ ହୋଇଥାଏ । ଏବଂ ସେହି ପୁରୁଷକୁ ପୂଣ୍ୟ ଫଳ ପ୍ରାପ୍ତ ହୋଇଥାଏ ।