କଟକ (ଏଟିଆର ବ୍ୟୁରୋ); ପାଖେଇ ଆସୁଛି ସାଧାରଣ ନିର୍ବାଚନ । ଏବେଠାରୁ ସବୁଠି ବହିଲାଣି ନିର୍ବାଚନୀ ହାୱା । ସେ ପର୍ବ ହେଉ ବା ସାଧାରଣ ସଭା । ତେବେ ଆଜି ପବିତ୍ର ମକର ସଂକ୍ରାନ୍ତିରେ ମଧ୍ୟ ଦେଖିବାକୁ ମିଳିଛି ରାଜନୀତିର ଆଭାସ । ମକର ସଂକ୍ରାନ୍ତିରେ ଗୁଡି ଉଡାଇବା ପରମ୍ପରା ରହି ଆସିଛି । କଟକରେ ସାଧାରଣତଃ ଏହାର ଚାହିଦା ଅଧିକା ରହିଥାଏ । ଏଣୁ ପ୍ରତି ବର୍ଷ କଟକରେ ଏଠାରେ ପ୍ରତିଯୋଗିତା ମଧ୍ୟ କରା ଯାଇଥାଏ । କିନ୍ତୁ ଚଳିତ ବର୍ଷ ଗୁଡିରେ ମଧ୍ୟ ରାଜନୀତି ଥିବା ଦେଖିବାକୁ ମିଳିଛି ।
କଟକରେ ଗୁଡିରେ ରହିଛନ୍ତି ପ୍ରଧାନ ମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ରହିଥିବା ଦେଖିବାକୁ ମିଳିଛି । ନବୀନ ଏବଂ ମୋଦିଙ୍କୁ ନେଇ ଗୁଡି ବନା ଯାଇଛି । ଗୁଡିରେ ଉଭୟଙ୍କ ଫଟୋ ଲଗାଇ ବନା ଯାଇଥିବା ଦେଖିବାକୁ ମିଳିଛି । ତେବେ ଏହି ଗୁଡିକୁ ଦେଖିବା ପରେ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ରାଜନୀତି ଗୁଡିକୁ ଛାଡି ମଧ୍ୟ ଏଠାରେ ବହୁ ଶିକ୍ଷଣୀୟ ଗୁଡି ମଧ୍ୟ ପ୍ରସ୍ତୁତ କରିଛନ୍ତିି କାରିଗର । ବେଟି ବଞ୍ଚାଅ ଭଳି ବିଭିନ୍ନ ଗୁଡି ଆଜି ଉଡିବ କଟକ ଆକାଶରେ । ସେପଟେ କେତେକ ଗୁଡିରେ ମଧ୍ୟ ଅକ୍ଷୟ ମହାନ୍ତିଙ୍କ ଗୀତ ରହିଥିବା ଦେଖିବାକୁ ମିଳିବ ।