କେନ୍ଦୁଝର (ଏଟିଆର ବ୍ୟୁରୋ): ଟିକେ ଏପଟ ସେପଟ ହୋଇଥିଲେ ଚାଲି ଯାଇଥାନ୍ତା ୧୧ ଜଣ ଛାତ୍ରଛାତ୍ରୀଙ୍କ ଜୀବନ । କିନ୍ତୁ ଭାଗ୍ୟ ଭଲ ସେମିତି କିଛି ଘଟିଲା ନାହିଁ, ସମସ୍ତେ ବଞ୍ଚିଗଲେ । ଅଚାନକ୍ ହୁତୁ ହୁତୁ ହୋଇ ବିଚ୍ ରାସ୍ତାରେ ଜଳି ଉଠିଲା ଚଳନ୍ତା ସ୍କୁଲ ଭ୍ୟାନ୍ । ଏହାକୁ ଦେଖି ଭ୍ୟାନରେ ଥିବା ଛାତ୍ର ଛାତ୍ରୀ ଏବଂ ଡ୍ରାଇଭରଙ୍କର ହୋସ ଉଡିଯାଇଥିଲା । ମାତ୍ର ଅଧିକ କିଛି ଅଘଟଣ ହେବା ପୂର୍ବରୁ ନିଜ ନିଜର ଉପସ୍ଥିତ ବୁଦ୍ଧି ଘଟାଇ ଭ୍ୟାନରୁ ଓହ୍ଲାଇ ପଡିଥିଲେ ଡ୍ରାଇଭରଙ୍କ ସମେତ ଛାତ୍ର ଛାତ୍ରୀ । ଏଭଳି ଏକ ଅଭାବନୀୟ ଘଟଣା କେନ୍ଦୁଝର ଜିଲ୍ଲା ଢେଙ୍କିକୋଟ କରରଞ୍ଜିଆ ରାସ୍ତାର ଧାନବେଣୀ ଛକ ନିକଟରେ ଘଟିଛି ।
କେନ୍ଦୁଝର ପାଟଣାର ସରସ୍ୱତୀ ବିଦ୍ୟା ମନ୍ଦିରରେ ପଢୁଥିବା ଛାତ୍ରାଛାତ୍ରୀଙ୍କୁ ସ୍କୁଲ ଭ୍ୟାନ୍ ଟି ନେଇ ବରଗଡ ଅଭିମୁଖେ ଯାଉଥିଲା । ଭ୍ୟାନ୍ ରେ ଡ୍ରାଇଭର ସମେତ ୧୧ ଜଣ ଛାତ୍ରଛାତ୍ରୀ ଥିଲେ । ମାତ୍ର କରଞ୍ଜିଆ ରାସ୍ତାରେ ଭ୍ୟାନ୍ ରେ ଅଚାନକ୍ ନିଆ ଲାଗି ଯାଇଥିଲା । ଏହି ନିଆଁ ଧୀରେ ଧୀରେ ବ୍ୟାପିବା ଦେଖି ସମସ୍ତେ ଡରି ଯାଇଥିଲେ । ସମ୍ପୂର୍ଣ୍ଣ ଗାଡିରେ ନିଆଁ ଲାଗିବା ପୂର୍ବରୁ ଭ୍ୟାନ୍ ରୁ ସମସ୍ତେ ଓହ୍ଲାଇ ପଡିଥିଲେ । ଫଳରେ ବଡ ଦୁର୍ଘଟଣା ହେବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ଛାତ୍ରଛାତ୍ରୀ । ତାପରେ ଭ୍ୟାନ୍ ର ଚାରିଆଡେ ନିଆଁ ବ୍ୟାପି ଯାଇଥିଲା ।
ହେଲେ ଅଚାନକ୍ ଚଳନ୍ତା ଭ୍ୟାନ୍ ରେ ନିଆଁ ଲାଗିବା ଘଟଣା ସର୍ଟସର୍କିଟ ଯୋଗୁଁ ହୋଇଛି ବୋଲି କୁହାଯାଇଛି । ସେପଟେ ଏହି ଘଟଣାର ଖବର ପାଇ ଦମକଳ ବାହିନୀ ଟିମ୍ ପହଁଚି ନିଆଁକୁ ଆୟତ କରିଥିଲେ ।