ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଯଦି ଆପଣ କାହାକୁ ନିଜ ଜୀବନଠାରୁ ଅଧିକ ଭଲ ପାଉଥାନ୍ତି ତେବେ ନିହାତି ଭାବେ ଆପଣଙ୍କୁ ସଫଳତା ମିଳିବ । କିନ୍ତୁ ବେଳେ ବେଳେ ପ୍ରେମ ବିବାହରେ ବି ବାଧା ଉପୁଜି ଥାଏ । ସେଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ । ଯାହାଦ୍ୱାରା ଆପଣ ସମସ୍ୟାରୁ ଛୁଟ୍ କାରା ପାଇ ପାରିବେ ।
ଭଗବାନ୍ ବିଷ୍ଣୁ ଏବଂ ମା ଲକ୍ଷ୍ମୀଙ୍କ ଫଟୋ ପାଖରେ ଗୁରୁବାର ଦିନ ଓଁ ଲକ୍ଷ୍ମୀ ନାରାୟଣ ନମଃ ମନ୍ତ୍ର ସ୍ପଟିକ ମାଳାରେ ଦ୍ୱାରା ଜପନ୍ତୁ । ଏହାବ୍ୟତିତ ୩ ମାସ ପର୍ଯ୍ୟନ୍ତ ଗୁରୁବାର ଦିନ ମନ୍ଦିର ଯାଇ ପ୍ରସାଦ ଚଢାନ୍ତୁ ।
ଯଦି ଆପଣ ୧୬ ସୋମବାର ବ୍ରତ କରୁଛନ୍ତି ତେବେ ଯୋଗ୍ୟ, ସୁନ୍ଦର, ସୁଶୀଳ ଏବଂ ପ୍ରେମ କରୁଥିବା ଏକ ଜୀବନସାଥୀ ମିଳିବ ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ରାତ୍ରିର ଅନ୍ତିମ ପ୍ରହରରେ ବ୍ୟକ୍ତି ଯଦି ସୁନ୍ଦର ପକ୍ଷୀକୁ ସ୍ୱପ୍ନରେ ଦେଖୁଛନ୍ତି ତେବେ ଏହାର ଅର୍ଥ ଏହା ପ୍ରେମ ବିବାହର ଇସାରା । ଏଭଳି ସ୍ୱପ୍ନ ଦେଖିବା ଦ୍ୱାରା ଜୀବନରେ ପ୍ରେମ ବିବାହ ଏବଂ ଶୁଭ ଯୋଗ ସୃଷ୍ଟି ହୋଇଥାଏ ।
ଯଦି ଆପଣ ସ୍ୱପ୍ନରେ ସଙ୍ଗୀତ ଶୁଣୁଛନ୍ତି କିମ୍ବା ସେହି ସଙ୍ଗୀତକୁ ମନେ ରଖୁଛନ୍ତି ତେବେ ଏହା ପ୍ରେମ ବିବାହର ସଂକେତ । ଏଭଳି ସ୍ୱପ୍ନ ଦେଖିବା ଦ୍ୱାରା ଜୀବନରେ ପ୍ରେମ ବିବାହ ହୋଇପାରେ । କେବଳ ଏତିକି ନୁହେଁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଏଭଳି ସ୍ୱପ୍ନ ଶୁଭ ବୋଲି କୁହାଯାଇଥାଏ । ଏହାଦ୍ୱାରା ବ୍ୟକ୍ତିଙ୍କୁ ଯଶ ଲାଭ ହେବା ସହ ବୈବାହିକ ଜୀବନରେ ପ୍ରେମ ଏବଂ ଖୁସି ବଢିଥାଏ ।