ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଘରେ ଅନେକ ଏଭଳି ଜିନିଷ ଅଛି ଯାହାକୁ ସେବନ କରିବା ଦ୍ୱାରା ଖୁବ୍ ଫାଇଦା ମିଳିଥାଏ । ସେଥିମଧ୍ୟରୁ ଆଜି ଆମେ ଲବଙ୍ଗ ବିଷୟରେ କହିବାକୁ ଯାଉଛୁ । ଏହା ଦେଖିବା ଖୁବ୍ ଛୋଟ କିନ୍ତୁ ଏହାର ଅନେକ ଚମତ୍କାରୀ ଫାଇଦା ରହିଛି । ଏହାକୁ ଘରମାନଙ୍କରେ ସାଧାରଣତଃ ମସଲା ଭାବେ ବ୍ୟବହାର କରାଯାଇଥାଏ । ତେବେ ଆସନ୍ତୁ ଜାଣିବା ଜାଣିବା ଏହାର ଫାଇଦା ବିଷୟରେ…
ସ୍ୱାଶ ସମ୍ବନ୍ଧୀୟ ରୋଗରୁ ଆରାମ: ପ୍ରକୃତରେ ଲବଙ୍ଗ ତେଲକୁ ଶୁଙ୍ଘିବା ଦ୍ୱାରା ଥଣ୍ଡା, କଫ, ଆସ୍ଥମା, ସାଇନସଦାଇଟ୍ସ ଆଦି ସମସ୍ୟାରୁ ତୁରନ୍ତ ଆରମ୍ଭ ମିଳିଥାଏ । ଏହାସହିତ ଶରୀର ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ ।
ଦାନ୍ତ ଯନ୍ତ୍ରଣାରୁ ମୁକ୍ତି: ଯଦି କୌଣସି ବ୍ୟକ୍ତିଙ୍କର ଦାନ୍ତ ମୂଳ ଯନ୍ତ୍ରଣା ହେଉଥାଏ ତେବେ ଦାନ୍ତ ମୂଳେ ଲବଙ୍ଗ ତେଲ ଲଗାଇବା ଦ୍ୱାରା ଆରାମ ଲାଗିଥାଏ ।
ପାଟି ଦୁର୍ଗନ୍ଧ ଦୂର ହେବା: ଅନେକ ବ୍ୟକ୍ତିଙ୍କର ପାଟିରୁ ଦୁର୍ଗନ୍ଧ ବାହାରି ଥାଏ । ସେଥିପାଇଁ ଯଦି ନିୟମିତ ପାଟିରେ ଲବଙ୍ଗ ପକାଇବେ ତାହାଲେ ଦୁର୍ଗନ୍ଧ ଦୂର ହେବ ।
ପାଚନ ତନ୍ତ୍ରରେ ଫାଇଦା: ଯଦି ଆପଣ ଖାଦ୍ୟରେ ଲବଙ୍ଗ ବ୍ୟବହାର କରିବେ ତେବେ ପାଚନ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।
କର୍କଟ : ଲବଙ୍ଗ ବ୍ୟବହାର ଦ୍ୱାରା କର୍କଟକୁ ରୋକିବାରେ ସହାୟକ ମିଳିଥାଏ । ଏଥିରେ ଥିବା ୟୁଜେନାଲ ନାମକ ତତ୍ୱ ଖୁବ୍ ସହାୟକ ହୋଇଥାଏ ।