ଭଦ୍ରକ(ଏଟିଆର ବ୍ୟୁରୋ):ଆସୁଛି ବାତ୍ୟା ଅମ୍ପାନ । ଏନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଉପକୂଳ ଓଡିଶାର ୧୨ ଟି ଜିଲ୍ଲା ଏବଂ ଉତ୍ତର ଉପକୂଳର ୪ ଟି ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ସତର୍କ ରହିବାକୁ ନିର୍ଦେଶ ଦିଆଯାଇଛି । ତେବେ ସାମ୍ଭବ୍ୟ ବାତ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି । ତେବେ ଭଦ୍ରକ ଜିଲ୍ଲା ର ଉପକୂଳବର୍ତ୍ତୀ ଅଞ୍ଚଳ ଧାମରା , ଚାନ୍ଦବାଲି ଓ ବାସୁଦେବପୁର ଉପରେ ସ୍ଵତନ୍ତ୍ର ଦୃଷ୍ଠି ଦିଆଯାଉଛି । ତିନି ଜଣ ଅଫିସର ଏହି ତିନି ଗୋଟି ଅଞ୍ଚଳ ପାଇଁ ନିଯୁକ୍ତ ହୋଇଛନ୍ତି ।
ଧାମରା ବନ୍ଦର କର୍ତ୍ତୃପକ୍ଷଙ୍କୁ ସତର୍କ ରହିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଉପକୂଳର ୩ କିଲୋମିଟର ମଧ୍ୟରେ ସମସ୍ତ ଗାଁକୁ ଆଲର୍ଟରେ ରଖାଯାଇଛି । ତେବେ କାରୋନା ପାଇଁ ବାତ୍ୟା ଆଶ୍ରୟସ୍ଥଳୀକୁ କ୍ଵାରେଣ୍ଟାଇନ ସେଣ୍ଟର କରାଯାଇଥିଲା । ଏବେ ସେହି କରେଣ୍ଟାଇନ ସେଣ୍ଟର ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ବୋଲି ସୂଚନା ଦେଇଛନ୍ତି ଜିଲ୍ଲାପାଳ । ବାତ୍ୟା ଆଶ୍ରୟସ୍ଥଳ ଗୁଡିକୁ ପ୍ରସ୍ତୁତ ରଖିବା ପାଇଁ ଏସଆରସି ପକ୍ଷରୁ ନିର୍ଦେଶ ହୋଇଛି । ଆଜିଠାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ସବୁ ବିଭାଗକୁ ସର୍ତକ ରହିବାକୁ ବି ପରାମର୍ଶ ଦିଆଯାଇଛି । ଓଡ୍ରାଫ ଓ ଏନ୍ଡିଆରଫକୁ ପ୍ରସ୍ତୁତ ରହିବାକୁ ମଧ୍ୟ ସରକାର ନିର୍ଦେଶ ଦେଇଛନ୍ତି।