କଟକ (ଏଟିଆର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାୟୋପିକ୍ ପରେ ଏବେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଉପରେ ନିର୍ମାଣ କରାଯାଉଛି ଏକ ଓଡିଆ ଫିଲ୍ମ । ଏହି ଫିଲ୍ମର ଫାଷ୍ଟ ପୋଷ୍ଟର ସାମ୍ନାକୁ ଆସିଛି । ଯାହାର ଟାଇଟଲ ରହିଛି ବିଜୁବାବୁ ।
ଭିନ୍ନ ସ୍ୱାଦର ଏହି ଫିଲ୍ମରେ ଓଲିଉଡ ସୁପରଷ୍ଟାର ତଥା ରାଜ୍ୟସଭା ସାଂସଦ ଅନୁଭବ ମହାନ୍ତି ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମଟି ପ୍ରବାଦ ପୁରୁଷ ବିଜୁବାବୁଙ୍କ ଉପରେ ଆଧାରିତ ହୋଇଛି । ପ୍ରଥମ ଥର ପାଇଁ ରୂପେଲି ପରଦାରେ ଏଭଳି ଏକ ଫିଲ୍ମ ଲୋକଙ୍କ ମନ ଛୁଇଁବ ବୋଲି ଆଶା କରାଯାଉଛି । ଗତକାଲି କଟକ ଆନନ୍ଦ ଭବନ ଠାରେ ଏହି ଫିଲ୍ମ ଫାଷ୍ଟ ପୋଷ୍ଟର ରିଲିଜ୍ କରାଯାଇଥିଲା । ଏହି ସମୟରେ ଫିଲ୍ମରେ ପୂରା ଟିମ୍ ସେଠାରେ ଉପସ୍ଥିତ ଥିଲେ । ପଦ୍ମଶ୍ରୀ ନୀଳମାଧବ ପଣ୍ଡାଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମରେ ଭିନ୍ନ ଭିନ୍ନ ଜିନିଷ ଦେଖିବାକୁ ମିଳିବ ।