ମୁମ୍ବାଇ (ଏଟିଆର ବ୍ୟୁରୋ): କୋମଲ ନହଟାଙ୍କ ଚାଟ୍ ସୋ’ ରେ କରୀନା କପୁରଙ୍କ ବେଷ୍ଟ ଫ୍ରେଣ୍ଡ ଏବଂ ଅମୃତା ଅରୋରାଙ୍କ ବୟାନ ଏବେ ଚର୍ଚ୍ଚାରେ । ଇଶାରା ଇଶାରାରେ ଅମୃତା ଆରୋରା କହିଛନ୍ତି କି, ଯଦି କରୀନା କପୁର ଦ୍ୱିତୀୟ ଥର ମା’ ହୁଅନ୍ତି ତେବେ ସେ ଦେଶ ଛାଡି ଦେବେ ।
ଖବର ମୁତାବକ, ଏହି ସୋ’ର ମୁଖ୍ୟ ଅତିଥି କରୀନା କପୁର ଖାଁ ଥିଲେ । ସେ ତାଙ୍କ ପରିବାର, ପୁଅ ତୈମୁର ଅଲ୍ଲୀୂ ଖାଁ ଏବଂ ବନ୍ଧୁମାନଙ୍କ ବିଷୟରେ ମନ ଖୋଲି କଥା ହୋଇଥିଲେ । ଏହି ସୋ’ରେ କରୀନା କପୁର କହିଥିଲେ କି , ‘ମୁଁ ଚା’ ମଣିଷ । ସକାଳ ହେଉ ହେଉ ମୋତେ ଚା ଦରକାର । ମୁଁ ବିନା ଚା ରେ ରହିପାରେ ନାହିଁ । ମୁଁ ପ୍ରଥମେ ଚା ପିଏ ତାପରେ ସୈଫ୍ ଅଲ୍ଲୀ ଖାଁଙ୍କୁ ଗୁଡ୍ ମର୍ଣ୍ଣିଙ୍ଗ୍ କୁହେ’ । ସେ ଆହରୀ ମଧ୍ୟ କହିଥିଲେ କି ସେ ଜଣେ ସାଧରଣ ଝିଅ । ମିଡିଲ କ୍ଲାସ୍ ଝିଅ ଭଳି ବଢିଛନ୍ତି । ସେ ଯାହା ବି ନିଷ୍ପତି ନିଅନ୍ତି ବୁଝି ସୁଝି ନିଅନ୍ତି ।