ରାୟଗଡା (ଏଟିଆର ବ୍ୟୁରୋ); ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ସ୍ଥାନୀୟ ଥେରୁବାଲି ନିକଟସ୍ଥ ଖେଦାପଡା ସ୍ଥିତ ମା ମାଣିକେଶ୍ୱର ମନ୍ଦିରରୁ ମୂର୍ତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି । କେହି ଦୁର୍ବୃତ୍ତ ବିଳମ୍ବିତ ରାତିରେ ମନ୍ଦିର କବାଟ ଭାଙ୍ଗି ଅଷ୍ଟଧାତୁ ନିର୍ମିତ ମୂର୍ତ୍ତି ନେଇ ଫେରାର ହୋଇଯାଇଛି । ଏହି ଘଟଣା ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଖବର ପାଇବା ପରେ ଘଟଣାର ତଦନ୍ତ ଜାରି କରିଛି ।
ଗୁରୁବାର ମନ୍ଦିର ବନ୍ଦ କରି ଯାଇଥିଲେ ପୂଜାରୀ । ମାତ୍ର ଶୁକ୍ରବାର ସକାଳୁ ମନ୍ଦିର ଖୋଲିବା ପାଇଁ ଆସିବା ବେଳକୁ ମନ୍ଦିରରେ ମୂର୍ତ୍ତି ନଥିବା ଦେଖିବା ପରେ ହାଲକା ଶୁଖିଯାଇଥିଲା । ପରେ ସେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଆସି ତଦନ୍ତ ଆରମ୍ଭ କରିଛି । ତେବେ ଏହି ମାଣିକେଶ୍ୱର ମନ୍ଦିର ବହୁ ପୁରାତନ ଯୁଗର । ରାଜା ରାଜୁଡା ଅମଳରୁ ଏଠାରେ ପୂଜା ପାଇ ଆସୁଛନ୍ତି । ଏଣୁ ଅଷ୍ଟଧାତୁ ମୂର୍ତ୍ତିର ଦାମ ବହୁତ ଅଧିକ ହେବ ବୋଲି ଅନୁମାନ କରାଯାଇଛି ।