କଟକ (ଏଟିଆର ବ୍ୟୁରୋ): ଗତବର୍ଷ ଓମଫେଡ ଗୋଖାଦ୍ୟ ଘୋଟାଲା ମାମଲା ଉପରେ ଆଜି ହାଇକୋର୍ଟ ସିବିଆଇ ତଦନ୍ତ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋର୍ଟ ଅଭିଯୋଗକାରୀଙ୍କ ଅର୍ଜିକୁ ଏତଲା ଭାବେ ଗ୍ରହଣ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସୂଚନାନୁଯାୟୀ ୧୩ଲକ୍ଷ ଟଙ୍କାର ଘୋଟଲା ଅଭିଯୋଗ ଓମଫେଡ କଟକ ଜିଲ୍ଲା ଦୁଗ୍ଧ ସଂଘ ନା’ରେ ଆସିଥିଲା । ଏହି ଅଭିଯୋଗ ଆସିବା ପରେ ତତ୍କାଳୀନ ଷ୍ଟୋର ଇନଚାର୍ଜଙ୍କୁ ନିଷ୍କାସନ କରାଯାଇଥିଲା । ତେବେ ନିଷ୍କାସନ ପରେ ଷ୍ଟୋର ଇନଚାର୍ଜ ସିବିଆଇକୁ ତଦନ୍ତ କରିବା ନିମନ୍ତେ ଚିଠି ଲେଖି ଦାବି କରିଥିଲେ । ।
କିନ୍ତୁ ତାଙ୍କର ଅଭିଯୋଗକୁ ସିବିଆଇ ଶୁଣିନଥିଲା । ଫଳରେ ସେ ନିରାଶ ହୋଇ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ । ତେବେ ଆଜି ହାଇକୋର୍ଟ ଏହି ମାମଲାର ଶୁଣାଣି କରି ସିବିଆଇକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ସୂଚନାନୁଯାୟୀ ପୂର୍ବରୁ କେବଳ କଟକରେ ନୁହେଁ କେନ୍ଦ୍ରାପଡା ସମେତ ପୁରୀ ମଧ୍ୟ ସମୁଦାୟ ୨୭ଲକ୍ଷ ଟଙ୍କାର ର୍ଦୁନୀତି ହୋଇଥିଲା ।