ଭୁବନେଶ୍ୱର(ଏଟିଆର ବ୍ୟୁରୋ): ପୁରୀ ଶ୍ରୀମନ୍ଦିର ପରେ ଏବେ ଲିଙ୍ଗରାଜ ମନ୍ଦିର ଚତ୍ତୁର୍ପାଶ୍ୱରେ ସୌନ୍ଦର୍ଯ୍ୟକରଣ ପାଇଁ ଚାଲିଛି ଉଛେଦ ପ୍ରକ୍ରିୟା । ଶ୍ରୀକ୍ଷେତ୍ର ଭଳି ଏକାମ୍ର କ୍ଷେତ୍ରର ବିକାଶ ପାଇଁ ଅଣ୍ଟାଭିଡିଛି ପ୍ରଶାଶନ। ତେବେ ଏହି ଯୋଜନାକୁ ସ୍ୱାଗତ କରିଛନ୍ତି ବହୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ।
ତିନ ଦିନ ତଳେ ପୁରୁଣା ଏକାମ୍ର ମାର୍କେଟ କମ୍ପ୍ଲେକ୍ସ ଭଙ୍ଗାଯାଇଥିବା ବେଳେ ଗତକାଲି ଅନନ୍ତ ବାସୁଦେବଙ୍କ ଅଧାଗଢା ରୋଷଘରକୁ ମଧ୍ୟ ଭଙ୍ଗାଯାଇଛି । ତେବେ ସୁଚନାଅନୁସାରେ ଆଜି ମଧ୍ୟ ଉଛେଦ ପ୍ରକ୍ରିୟା ଜାରି ରହିବ ବୋଲି ଜଣାପଡିଛି । ପୁର୍ବରୁ ପ୍ରସ୍ତୁତ ବ୍ଳୁ-ପ୍ରିଣ୍ଟ୍ ଅନୁସାରେ ଚାଲିଛି ଉଛେଦ ପ୍ରକ୍ରିୟା ।
ସେପଟେ ଏକାମ୍ର କ୍ଷେତ୍ରର ସୁରକ୍ଷା ପ୍ରତି ମଧ୍ୟ ଦେଉଛି ପ୍ରଶାଶନ, ଉଛେଦ ସମୟରେ କୌଣସି ପ୍ରକାରର ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଉଛି ।
ଏକାମ୍ର କ୍ଷେତ୍ରର ବଦଳିବାକୁ ଥିବା ନକ୍ସା ଉପରେ ଏବେ ସାରା ରାଜ୍ୟବାସୀଙ୍କ ନଜର ରହିଥିବା ବେଳେ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳୁଛି ।