ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଏକାମ୍ର କ୍ଷେତ୍ରର ସୌନ୍ଦର୍ଯ୍ୟ କରଣ ପାଇଁ ରାଜ୍ୟ ସରକାର ଲିଙ୍ଗରାଜ ମନ୍ଦିର ଚାରିପାଖରୁ ଉଚ୍ଛେଦ କାର୍ଯ୍ୟ ଆରମ୍ଭ କରିଛନ୍ତି ।
ଉଚ୍ଛେଦ କାର୍ଯ୍ୟ ମନ୍ଦୀରର ସୌନ୍ଦର୍ଯ୍ୟ କରଣ ସହିତ ସୁରକ୍ଷା ବ୍ୟବସ୍ଥା କୁ ମଧ୍ୟ ଦୃଷ୍ଟିରେ ରଖି କରାଯାଉଛି । ତେବେ ପୁର୍ବରୁ ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟ ମଧ୍ୟ ଭଙ୍ଗାଯାଇଥିଲା ।
ବର୍ତ୍ତମାନ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଏକାଦଶ ଶତାଦ୍ଧୀର ପ୍ରାଚୀନ ଶିବ ମନ୍ଦିର ଏବେ ଦୟନୀୟ ଅବସ୍ଥାରେ । ମନ୍ଦିର ପାଖରେ ଥିବା ଏକାମ୍ରେଶ୍ୱର ମନ୍ଦିର ବା ସୁବର୍ଣ୍ଣ ମୁକୁଟେଶ୍ୱର ମନ୍ଦିର ପାଶ୍ୱର୍ ଏବେ ଡ୍ରୋଜର ସାହାର୍ଯ୍ୟରେ ଖୋଳାଯାଉଛି ।
ତେବେ ଏହି ମନ୍ଦୀର ଟି ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ରହିଥିଲା ତେଣୁ ପାଞ୍ଚ ବର୍ଷ ପୁର୍ବେ ଏହି ମନ୍ଦିରର ମରାମତି କାର୍ଯ୍ୟ ଆରମ୍ଭ ହୋଇଥିଲେ ହେଁ କିଛି ଆଖି ଦୃଶିଆ ମରାମତି କରାଯାଇନଥିଲା ଫଳରେ ମନ୍ଦିରଟି ବର୍ତ୍ତମାନ ସୁଦ୍ଧା ବିପଦ ସଂକୁଳ ଅବସ୍ଥାରେ ରହିଛି ।
ସୁଚନା ଅନୁସାରେ ମନ୍ଦିରର ଚତୁଃପାଶ୍ୱର୍ ଖୋଳାଯାଉଥିବାରୁ ମନ୍ଦିରଟି ଭୁସୁଡିଯିବାର ସମ୍ପୂର୍ଣ୍ଣ ଭାବେ ସମ୍ଭାବନା ରହିଛି ।