ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୋଲିସ ଏବଂ ବିଜେପି ମହିଳା ମୋର୍ଚ୍ଚା ମୁହାଁମୁହିଁ ହୋଇଛନ୍ତି । ବିଜେପି କର୍ମୀମାନେ ବିଧାୟକଙ୍କ କ୍ୱାଟରକୁ ଧସେଇ ପଶିବା ପାଇଁ ଉଦ୍ୟମ କରୁଥିବା ବେଳେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି । କର୍ମୀମାନେ ବିଧାୟକଙ୍କ ଦୁଆର ଆଗରେ ସାଲୁକନା ଏବଂ ଲାଲ ଚୁଢି ବାନ୍ଧିଥିଲେ । ପିପିଲି ଗଣଦୁଷ୍କର୍ମ ମାମଲାରେ ଦୋଷୀମାନେ ତଳକୋର୍ଟରେ ନିର୍ଦ୍ଧୋଶ ହେବା ପରେ ପିଡିତାଙ୍କ ପ୍ରକୃତ ନ୍ୟାୟ ମିଳିନଥିବା ଅଭିଯୋଗ କରି ବାରମ୍ବାର ଆନ୍ଦୋଳନ ଓହ୍ଲାଇଛି ବିଜେପି । ତେବେ ପୂର୍ବରୁ ମଧ୍ୟ ନବୀନ ନିବାସ ଘେରାଉ କରିବା ପାଇଁ ଯାଇଥିବା ବେଳେ ପୋଲିସ କିଛି କର୍ମୀଙ୍କୁ ଗିରଫ କରିଥିଲା ।
ବହୁ ଚର୍ଚ୍ଚିତ ପିପିଲି ଗଣଦୁଷ୍କର୍ମ ମାମଲାର ତଳ କୋର୍ଟରେ ରାୟ ଶୁଣା ସରିଛି । ତେବେ ସାକ୍ଷ୍ୟ ପ୍ରମାଣ ଅଭାବରୁ ତଳ କୋର୍ଟରେ ଦୁଇ ଅଭିଯୁକ୍ତ ନିର୍ଦ୍ଦୋଶରେ ଖଲାସ ହୋଇଥିଲେ । ମାତ୍ର ଏହା ଉଚିତ ନ୍ୟାୟ ନୁହେଁ ଏବଂ ସରକାରୀ ଦଳର ପ୍ରେସରରେ ସତ ଲୁଚି ରହିଥିବା ଅଭିଯୋଗ କରିଛନ୍ତି ବିଜେପି ମହିଳା ମୋର୍ଚ୍ଚା । ଏଣୁ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଇବା ସହ ଲାଲଚୁଢ଼ି ଅଭିଯାନ ଆରମ୍ଭ କରିଛି । ଼ତେବେ ଏହି ଘଟଣାରେ ପ୍ରଦୀପ ମହାରଥୀଙ୍କ ମନ୍ତ୍ରୀ ପଦ ମଧ୍ୟ ଚାଲିଯାଇଛି ।