ଗଞ୍ଜାମ (ଏଟିଆର ବ୍ୟୁରୋ); ପାହାଡ ପାଖରେ ପଡି ରହିଥିଲା ମୃତଦେହ । ରକ୍ତ ଜୁଡୁବୁଡୁ ହୋଇ ପଡିରହିଥିଲା । ମୃତଦେହ ପାଖରେ ପଡି ରହିଛି ରକ୍ତଭିଜା ପଥର ଖଣ୍ଡ । ଯାହାକୁ ଦେଖିବା ପରେ ଚମକି ପଡିଥିଲେ ଲୋକ । ତେବେ ଏଭଳି ଘଟଣା ଘଟିଛି ଆସିକା ହରଣପଦର ପଞ୍ଚାୟତ ନିକଟରେ ଥିବା ମାଗୁରା ପାହାଡ ନିକଟରେ । ମୃତକ ହେଲେ ରବିନ୍ଦ୍ର ନାୟକ (୨୮) । ତାଙ୍କ ଘର ଭେଙ୍କଟାଇପଲ୍ଲୀ ଗାଁରେ । ପୋଲିସ ଖବର ପାଇବା ପରେ ମୃତଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।
ପାହାଡ ନିକଟରେ ମୃତ ଦେହ ପଡିରହିଥିଲା । ମୃତ ଦେହ ପାଖରେ ତାଙ୍କ ବାଇକ ଏବଂ ରକ୍ତ ଭିଜା ପଥର ଖଣ୍ଡ ମଧ୍ୟ ପଡି ରହିଥିଲା । ଯାହାକୁ ଦେଖିବା ପରେ ଭୟ କରିଯାଇଥିଲେ ସ୍ଥାନୀୟ ଲୋକ । ଏହାପରେ ପୋଲିସକୁ ଖବର ଦେଇଥିଲେ ଲୋକ । ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚି ଶବକୁ ବ୍ୟବଛେଦ ପାଇଁ ପଠାଇ ଦେଇଛି । ତେବେ ରକ୍ତ ଭିଜା ପଥର ମିଳିବା ପରେ କେହି ଦୁର୍ବୃତ୍ତ ତାଙ୍କୁ ହତ୍ୟା କରିଛି ବୋଲି ସନ୍ଦେହ କରାଯାଇଛି । କିଏ ଏବଂ କାହିଁକି ଏପରି ହତ୍ୟା କରିଛି ତାହା ସ୍ପଷ୍ଟ ହୋଇ ନାହିଁ । ଏଣୁ ପୋଲିସ ଏହି ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ତଦନ୍ତ ଜାରି କରିଛି ।